ବିଜୟଙ୍କ ଟିଭିକେ ରାଲିରେ ହିଟ୍‌ଷ୍ଟ୍ରୋକ୍‌ ରେ ଜଣେ ମୃତ

ସାଲେମ୍‌ : ତାମିଲନାଡ଼ୁର ସାଲେମଠାରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ରାଲିରେ ଆଉ ଏକ ଅଘଟଣ ଘଟିଛି । ଶୁକ୍ରବାର ତାଙ୍କ ଦଳ ତାମିଲିଗା ଭେଟ୍ରି କାଗଜମ୍ (ଟିଭିକେ)ର ଅନୁଷ୍ଠିତ ରାଲିରେ ଜଣେ ବ୍ୟକ୍ତି ଅତ୍ୟଧିକ ଗରବ ତଥା ହିଟ୍‌ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରିଛନ୍ତି । ଫଳରେ ସେ ପୁଣିଥରେ ବିବାଦକୁ ଟାଣି ହୋଇଛନ୍ତି । ମୃତ ବ୍ୟକ୍ତି ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ସେ ଜଣେ ହୃଦରୋଗୀ ବୋଲି ପୁଲିସ କହିଛି । ପୂର୍ବରୁ ତାଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ମୃତକ ହେଉଛନ୍ତି ୩୭ ବର୍ଷୀୟ ସୁରଜ । ସେ ମୂଳତଃ ମହରାଷ୍ଟ୍ରର ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେବ ସାଲେମରେ ରହିଆସୁଥିଲେ । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ କରୁରଠାରେ ହୋଇଥିବା ବିଜୟଙ୍କ ରାଲିରେ ୪୧ଜଣ ଦଳଚକଟା କାରଣରୁ ମୃତ୍ୟୁବରଣ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧିନ ରହିଛି ।

Spread the love