କର୍ମୀଙ୍କ ଠାରୁ ନଉଥିଲେ ୨୭ ହଜାର ଲାଞ୍ଚ, ଅଙ୍ଗନୱାଡ଼ି CDPOଙ୍କୁ ଧରିଲା ଭିଜିଲାନ୍ସ

ଉମରକୋଟ, ୩୦/୧୨: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ CDPO ସୁଷୁମା ପ୍ରସାଦ । ଅଙ୍ଗନବାଡ଼ି ପିଲାଙ୍କ ପାଇଁ କିଣା ହୋଇଥିବା ଡ୍ରେସ୍ ଟଙ୍କା  ୨ ଲକ୍ଷ ୧୧ ହଜାର ୨୫୦ ଟଙ୍କାରୁ ୨୭,୦୦୦/- ଟଙ୍କା ଅଙ୍ଗନୱାଡ଼ିକର୍ମୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ନବରଙ୍ଗପୁର ଏବଂ ଜୟପୁରର ଭିଜିଲାନ୍ସ ଟିମ୍ ଚଢାଉ କରି ଟଙ୍କା ଜବତ କରି CDPOଙ୍କୁ ଗିରଫ କରିଛି । ଏଥିସହ ଭବାନୀପାଟଣା ସ୍ଥିତ ତାଙ୍କ ନିଜ ବାସଭବନରେ , ଝରିଗାଁ ସ୍ଥିତ ଭଡ଼ା ଘରେ ଏବଂ ଆଇସିଡିଏସ କାର୍ଯ୍ୟାଳୟରେ ଚଡ଼ାଉ ଜାରି ରଖିଛି ।

Spread the love