ରାଜଧାନୀରେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର, ୧୬/୦୨: ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର ସୁକାନ୍ତ ଜେନା । ରୋଗୀଙ୍କ ଠାରୁ ଅପରେସନ୍‌ ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ସେ ଧରାପଡ଼ିବା ପରେ ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବାସ ଭବନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୧ କୋଟି ୧୨ ଲକ୍ଷ ଟଙ୍କାର ନଗଦ କ୍ୟାସ୍‌ ମିଳିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଡାକ୍ତର ସୁକାନ୍ତ ଜେନା ପୁରୀ ଚାରିଛକ ସ୍ଥିତ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ବାସ ଭବନରେ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି ।

Spread the love