ସହକାରୀ ଯନ୍ତ୍ରୀ ଘରୁ ପୁଣି ୧ କୋଟି ୪୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର, ୦୯/୦୪: ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭଇଜାଲାନ୍ସ ଦ୍ବାରା ଗିରଫ ଘଟଣାରେ ପୁଣି ଜବତ ହେଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା । କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ସାଲିଆସାହି ସ୍ଥିତ ଘରୁ ଟଙ୍କା ଜବତ କଲା ଭିଜିଲାନ୍ସ । ତଦନ୍ତ ବେଳେ ଭଉଣୀ ଘରେ ଟଙ୍କା ଥିବା ମାନିଥିଲେ କଳ୍ପନା । ବର୍ତ୍ତମାନ ସୁଦ୍ଧା ସହକାରୀ ଯନ୍ତ୍ରୀଙ୍କର ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ ।

Spread the love