ଦୁର୍ନୀତି ବିରୋଧରେ ଶପଥପାଠ

ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାର ଦୁର୍ନୀତି ବିରୋଧରେ ନିଜ ଅଭିଯାନ ଜାରି ରଖିଛି । ଦୁର୍ନୀତି ଜଡିତ ସରକାରୀ ବାବୁ ମାନଙ୍କୁ ବରଖାସ୍ତ କରାଯାଉଥିବା ବେଳେ ଦୁର୍ନୀତିରୁ ଦୂରରେ ରହିବାକୁ ଆଜି ହୋଇଛି ଶପଥପାଠ । ଦୁର୍ନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିଦ ପରେ ଆଜି ଲୋକସେବା ଭବନରେ ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ କର୍ମାଚରୀମାନେ ଶପଥପାଠ କରିଛନ୍ତି ।

ସୂଚନା ଅନୁଯାୟୀ, ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଭିଜିଲାନ୍ସ ସଚେତନତା ସପ୍ତାହ । ଏହି ଅବସରରେ ଦୁର୍ନୀତି ବିରୋଧରେ ଶପଥପାଠ କରିଛନ୍ତି ସରକାରୀ ବାବୁ । ରାଜ୍ୟର ବିକାଶ ପଥରେ ଦୁର୍ନୀତି ଯେପରି କଣ୍ଟା ନସାଜେ ତେଣୁ ବିଭିନ୍ନ ସଚିବ ଓ ସରକାରୀ ବାବୁ ନେଇଛନ୍ତି ଶପଥ । ବିଭିନ୍ନ ସରକାରୀ ଯୋଜନା ଯଥା ‘ମୋ ସରକାର’ ଓ ‘ମୋ ପରିବାର’କୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାସହ ଦୁର୍ନୀତି ଗ୍ରସ୍ତଙ୍କୁ ଆଉ କ୍ଷମା କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Spread the love