ଶୁଣିଲାନି ପ୍ରଶାସନ, ନିଜ ପ୍ରୟାସରେ ପୋଲ ତିଆରି କଲେ ଗ୍ରାମବାସୀ

ଗଞ୍ଜାମ:  ଶୁଣିଲାନି ପ୍ରଶାସନ । ନିଜ ପ୍ରୟାସରେ କାଠ ପୋଲ ତିଆରି କଲେ ଜନ ସାଧାରଣ । ଚାନ୍ଦା ତୋଳାଇବା ସହ ନିଜ ପରିଶ୍ରମରେ ତିଆରି କଲେ କାଠ ପୋଲ । ଗଞ୍ଜାମ ପାତ୍ରପୁର ବୁରାତାଲ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । 

ଗାଁ ପାଖ ଦେଇ ମହେନ୍ଦ୍ରତନେୟା ନଦୀ ପ୍ରବାହିତ ହେଉଥିବାବେଳେ ଏଠାରେ ଯାତାୟତ ପାଇଁ ପୋଲଟିଏ ନଥିଲା । ଫଳରେ ଜାମ୍ବଗଣ୍ଡ, କମଳାଖତ ସହ ଏକାଧିକ ଗାଁର ଶତାଧିକ ଗ୍ରାମବାସୀ ଯାତାୟତରେ ଅସୁବିଧା ଭୋଗୁଥିଲେ । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ଗ୍ରାମବାସୀମାନେ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ବୁରାତାଲ ଗ୍ରାମ ପଞ୍ଚାୟତର ଜାମ୍ବଗଣ୍ଡ, କମଳାଖତ ଗାଁ ନିକଟରେ ବହିଯାଉଥିବା ମହେନ୍ଦ୍ରତନେୟା । ଜାମ୍ବଗଣ୍ଡ, କମଳାଖତ ସହ ଏମିତି ଏକାଧିକ ଗାଁର ଶତାଧିକ ଲୋକେ ନଦୀ ଆରପଟେ ବସବାସ କରନ୍ତି । କିନ୍ତୁ ଏଠିକାର ଅଞ୍ଚଳବାସୀ ଏବେ ମଧ୍ୟ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି । ଗାଁ ନିକଟରେ ମହେନ୍ଦ୍ରତନେୟା ନଦୀ ବହି ଯାଇଥିବାବେଳେ ସରକାର ପକ୍ଷରୁ ବ୍ରିଜଟିଏ ହୋଇପାରିଲା ନାହିଁ ।

ତେଣୁ ପକ୍କା ସଡ଼କ କିମ୍ବା ପୋଲଟିଏ ନଥିବା ଯୋଗୁଁ ଗାଁରେ ପହଞ୍ଚି ପାରୁନାହିଁ ବିକାଶ । ବର୍ଷାଦିନ ଆସିଲେ ପିଲାଙ୍କ ସ୍କୁଲ ଯିବା ଆସିବା ସହ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା କରି କିଛି ସଂଗ୍ରହ କରିଥିବା ଟଙ୍କାରେ ସିମେଣ୍ଟ ପିଲର ନିର୍ମାଣ କରିବା ସହ କାଠପୋଲ ନିର୍ମାଣ କରିବାରେ ଲାଗିପଡିଛନ୍ତି ।

Spread the love