ପଶ୍ଚିମବଙ୍ଗରେ ଶାହାଙ୍କ ରାଲିକୁ ଡରିଲା ତୃଣମୂଳ ! ଗଣ୍ଡଗୋଳ, ଗାଡି ଜଳିଲା, 3 ଗୁରୁତର

ପଶ୍ଚମବଙ୍ଗରେ ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲିବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ଉଭୟ ସମର୍ଥକ ଗାଡି ପୋଡାଜଳା କରିଥିଲେ । ଏହି ଗଣ୍ଡଗୋଳରେ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଗଣ୍ଡଗୋଳ ପାଇଁ  ଗୃହମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ କରିଛନ୍ତି ।

ପ୍ରକାଶ ଥାଉକି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଶ୍ଚିମବଙ୍ଗର ପୂର୍ବ ମଦିନପୁର ଜିଲ୍ଲାରେ ଏକ ରାଲିରେ ତୃଣମୂଳ ସରକାରଙ୍କୁ ନିଷାନା ସାଧିଛନ୍ତି । ସେ କହିଛନ୍ତି ତୃଣମୂଳ ସରକାର ବଙ୍ଗାଲକୁ କାଙ୍ଗାଳ କରିଦେଇଛି । ପଶ୍ଚିମବଙ୍ଗରେ  ବିଗତ  ବର୍ଷରେ କୌଣସି ବିକାଶ  ହୋଇନାହିଁ ।

ପ୍ରକାଶ ଥାଉକି, ପଶ୍ଚିମବଙ୍ଗ ସରକାର ପୂର୍ବରୁ ପଶ୍ଚିମବଙ୍ଗରେ  ବିଜେପିର କୌଣସି  ରାଲି କିମ୍ବା ରଥ ଚଳାଇ ଦେବ ନାହିଁ ବୋଲି କହିଥିଲା । ତେବେ ଆଜିର ଏହି ରାଲି ହେବା ଯୋଗୁଁ ସେଠାରେ  ଉଭୟ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏମିତିକି ପୁଲିସ ଉପସ୍ଥିରେ ଭଭୟ ଗୋଷ୍ଠୀ ଆକ୍ରମଣ କରିଥିଲେ ।

ଏଥିରେ ତିନିଜଣ ଆହତ ହୋଇଥିବା ବେଳେ ଉଭୟପକ୍ଷର ସମର୍ଥକମାନେ ଗୋଟିଏ ଗାଡି ଜାଳିଦେଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତଖାନା ନିଆଯାଇଛି । ପ୍ରକାଶ ଥାଉକି, ଅମିତ ଶାହା ସଭାସ୍ଥଳ ଛାଡିବା ପରେ ତୃଣମୂଳ ସମର୍ଥକ ଏବଂ ବିଜେପି କର୍ମକର୍ତ୍ତାମାନେ ଗଣ୍ଡଗୋଳ କରିଥିଲେ । ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବାଇକ ଥିବାବେଳେ ଉତ୍ତ୍ୟକ୍ତ କର୍ମୀମାନେ ବାଇକରେ ନିଆଁ ଲଗାଇଦେଇଛନ୍ତି । ଏହି ଗଣ୍ଡଗୋଳ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ  ପଶ୍ଚିମବଙ୍ଗ ସରକାରଙ୍କୁ  ରିପୋର୍ଟ କରିଛନ୍ତି ।

ସୂଚନା ଅନୁସାରେ, ଚଳିତ ମାସ 22 ତାରିଖରେ ହୋଇଥିବା ରାଲିରେ ଆମିତ ଶାହା କହିଥିଲେ ବିଜେପିର ରଥଯାତ୍ରା ମୃଣମୂଳ କଂଗ୍ରେସର ଶେଷ ଯାତ୍ରା ହୋଇପାରେ । ତେଣୁ ମମତା ବାନାର୍ଜୀ ସରକାର ବିଜେପିକୁ ଡରୁଛି । ତାଙ୍କର ଏହି ଭାଷଣପରେ ରାଜନିତୀ ଆହୁରି ସରଗରମ ହୋଇଯାଇଥିଲା ।  

Spread the love