ପଡ଼ିଆ‌ରେ ବିରୁଷ୍କାଙ୍କ ପ୍ରେମ ଦେଖିଲେ ଦର୍ଶକ: ବିରାଟଙ୍କ ଶତକ ପରେ ‘ଫ୍ଲାଇଂ କିସ୍’ ଆଦାନପ୍ରଦାନର ଭିଡିଓ ଭାଇରାଲ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଟପିଯାଇଛନ୍ତି । ଏହାପରେ ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ କରତାଳିରେ ଷ୍ଡାଡିୟମ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ ଏକ ସୁନ୍ଦର ଦୃଶ୍ୟ ବି କ୍ୟାମେରାରେ କୈଦ ହୋଇଯାଇଥିଲା। ସ୍ବାମୀ ବିରାଟଙ୍କ ଆଜିର ମ୍ୟାଚରେ ୫୦ତମ ଶତକ ହାସଲ କରିବା ଦେଖି ଅନୁଷ୍କାଙ୍କ ଆଖିରେ ଖୁସି ଲୁହ ଭରି ଯାଇଥିଲା। ଏତିକି ବେଳେ ପଡ଼ିଆ ମଝିରୁ ବିରାଟ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିବା ବେଳେ ଅନୁଷ୍କା ବି ପ୍ରତି ଫ୍ଲାଇଂ କିସ୍ ଦେଇଥିଲେ। ମ୍ୟାଚ ଚାଲିଥିବା ବେଳେ ବିରୁଷ୍କାଙ୍କ ଏହି ସ୍ନେହ ଓ ପ୍ରେମର ଚୁମ୍ବନ ଆଦାନପ୍ରଦାନ ଚର୍ଚ୍ଚାରେ ରହିଛି।
ବିରାଟ ୧୦୬ଟି ବଲରୁ ନିଜର ଶତକ ପୂରଣ କରିଥିଲେ । ସେହିପରି ସଚିନଙ୍କ ନାଁରେ ଥିବା ଗୋଟିଏ ବିଶ୍ବକପରେ ସର୍ବାଧିକ ରନ ସ୍କୋର (୬୭୩ ରନ) କରିବାର ରେକର୍ଡକୁ ବି ବିରାଟ ଟପିଯାଇଛନ୍ତି । ତେବେ ଆଜିର ମ୍ୟାଚରେ କୋହଲି ୧୧୭ ରନ କରି ଟିମ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ। ବିରାଟଙ୍କ ଦମଦାର ବ୍ୟାଟିଂ ଚର୍ଚ୍ଚାରେ ରହିଛି।

Spread the love