ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିଲା ଅଲିମ୍ପିକ ଟିକେଟ ଗୁଃ

ଭୁବନେଶ୍ୱର: ଓଡିଶା ପାଇଁ ଆସିଛି ଖୁସି ଖବର | ଟୋକିଓ ଅଲିମ୍ପିକର ପୁରୁଷ ହକିରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଟିକେଟ ମିଳିଛି | ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ | ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର ଡିଫେଣ୍ଡର ଭାବେ ଚୟନ ହୋଇଥିବାବେଳେ ସୁମିତ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ମିଡ଼ଫିଲଡର ଭାବେ ଚୟନ ହୋଇଛନ୍ତି |
ସେହିପରି ଫରୱାର୍ଡସରେ ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କ ସହ ପିଆର ଶ୍ରୀଯେସ(ଗୋଲ କିପର) ଭାବେ ସ୍ଥାନ ପାଇଛନ୍ତି | ସୂଚନା ଥାଉ କି ଗୁରୁବାର ହକି ଇଣ୍ଡିଆ ଏହାର ମହିଳା ହକି ଦଳ ଘୋଷଣା କରିଥିଲା । ୧୬ ଜଣିଆ ଦଳରେ ମାତ୍ର ଜଣେ ମାତ୍ର ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି।
ଦୀପ୍‌ ଗ୍ରେସ୍‌ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ୪ ଜଣ ମହିଳା ଖେଳାଳି ସ୍ଥାନ ପାଇଥିବା ବେଳେ ଏବେ ଅଧୋପତନ ଘଟିଛି।

Spread the love