୮ରେ ଭର୍ଚୁଆଲ ରାଲି ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା
ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ
ମୋଦିଙ୍କ ଫୋକସରେ ରହିଛି ପୂର୍ବ ଭାରତର ବିକାଶ ଏବଂ ପୂର୍ବ ଭାରତର ବିକାଶର ରୋଡମ୍ୟାପର
କେନ୍ଦ୍ରରେ ରହିଛି ଓଡିଶା
୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ରହିଛି
ଭୁବନେଶ୍ୱର,୩/୦୬: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଗୋଟିଏ ବର୍ଷରେ ମୋଦି ସରକାର କେନ୍ଦ୍ରୀୟ ସ୍ତରରେ କିଛି ଏପରି ନିଷ୍ପତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସମାନ ଢଙ୍ଗରେ ଓଡିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତି ନେଇଛନ୍ତି, ଯାହା ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ଭୋଧିତ କରିବେ । ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ରାଜ୍ୟବାସୀମାନେ ଭିଡିଓ ଲିଙ୍କ ମାଧ୍ୟମରେ ଏହି ଭର୍ଚୁଆଲ ରାଲିରେ ସାମିଲ ହୋଇ ପାରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦିଙ୍କ ଫୋକସରେ ରହିଛି ପୂର୍ବ ଭାରତର
ବିକାଶ । ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡିଶା ରହିଛି । ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡିଆ ଭାଇ ଭଉଣୀମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ବିଗତ ୧ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି । କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ଏହା ସମଗ୍ର ଦେଶ ସହିତ ଓଡିଆ ଚାଷୀଙ୍କର ମେରୁଦଣ୍ଡକୁ ମଜବୁତ୍ କରିବ ।
ଆଗାମୀ ଦିନରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ଜିଲ୍ଲାରେ ଭର୍ଚୁଆଲ ରାଲି କାର୍ଯ୍ୟକ୍ରମ କରାଯିବ । ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରି ପ୍ରଦେଶର କାର୍ଯ୍ୟକର୍ତାମାନେ ଏକାଠୀ ହେଉଛନ୍ତି । ଭର୍ଚୁଆଲ ରାଲିରେ ଲକ୍ଷାଧିକ ଲୋକ ଯୋଡିହେବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ୍ ରାଲି ପାଇଁ ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଓ ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।