ପାରାଦୀପରେ ସାତ ଦିନ ଧରି ନୀତିକାନ୍ତିରେ ପୂଜା ପାଇବେ ବିଶ୍ୱକର୍ମା

ବିଶ୍ୱକର୍ମା ପୂଜା ପାଇଁ ଚଳଚଂଚଳ ପାରାଦୀପ । ବନ୍ଦର ନଗରୀରେ ପୂଜା ପାଇଁ ସଜେଇ ହୋଇଛି ବିଭିନ୍ନ ମଣ୍ଡପ । ଆଜିଠାରୁ ସାତ ଦିନ ଧରି ନୀତିକାନ୍ତିରେ ପୂଜା ପାଇବେ ବିଶ୍ୱକର୍ମା । ଆଉ ସାତ ଦିନ ଯାକ ସନ୍ଧ୍ୟାରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରିବା ସହିତ ଘରକରଣା ଜିନିଷ କିଣିବାକୁ ଆଗ୍ରହ ଦେଖାଇବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୧୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଇଛି ।

ସେପଟେ ଶିଳ୍ପନଗରୀ ଅନୁଗୋଳରେ ମଧ୍ୟ ବିଶ୍ୱକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି । ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆଲୋକ ମାଳାରେ ଝଲସି ଉଠୁଛି ଆଲୁମିନିୟମ ନଗରୀ । ତୋରଣ ସାଙ୍ଗକୁ ମନଲୋଭା ସାଜସଜ୍ଜା ପାଲଟିଛି ମୁଖ୍ୟ ଆକର୍ଷଣ । ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ୨୦ଟି ମେଢ଼ ପ୍ରସ୍ତୁତ ହୋଇଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଅପରାଧ ରୋକିବା ପାଇଁ ସିସିଟିଭି ଲଗାଯାଇଛି । ବିଶ୍ୱକର୍ମା ପୂଜାକୁ ନାଲକୋ ବାସୀ ଗଣପର୍ବ ଭାବେ ପାଳନ କରନ୍ତି । ଏହି ପୂଜା ସମସ୍ତଙ୍କ ପାଇଁ ଭାଇଚାରା ସୃଷ୍ଟି କରିଥାଏ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love