ଭିଟାମିନ B12 ଅଭାବର ଲକ୍ଷଣ ଏହି ସଂକେତ

B ଭିଟାମିନ୍‌ ୮ ପ୍ରକାରର ରହିଥାଏ, ଯେଉଁଥିରେ ବି୧, ବି୨, ବି୩, ବି୪, ବି୫, ବି୬, ବି୭, ବି୮, ବି୯ ଏବଂ ବି୧୨ ସାମିଲ ରହିଛି। ବି ଭିଟାମିନକୁ ବି କମ୍ପ୍ଲେକସ୍‌ ବିଟାମିନ ମଧ୍ୟ କୁହାଯାଏ। ଯାହା ଶରୀରକୁ ଫ୍ୟାଟ ଏବଂ ପ୍ରୋଟିନ ଉପଯୋଗ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା କେଶ, ତ୍ୱଚା, ଆଖି ଏବଂ ଲିଭର ହେଲ୍ଥକୁ ଠିକ କରିବା କାମ କରିଥାଏ। ଆମ ସମଗ୍ର ଶରୀରର ରକ୍ଷଣାବେକ୍ଷଣା କରିବା ପାଇଁ ଭିଟାମିନ ଏବଂ ମିନେରାଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମସ୍ତ ପୋଷକତତ୍ତ୍ୱ ମଧ୍ୟରୁ B12 ର ଆବଶ୍ୟକ ବହୁତ ଥାଏ । ଏହା ଆମ ଶରୀରରେ ରକ୍ତ କୋଷିକା ଏବଂ ଡିଏନର ନିର୍ମାଣ କରିବା ସହ ଆମର ନର୍ଭସ ସିଷ୍ଟମ କୁ ସପୋର୍ଟ କରିବା ଏବଂ ବ୍ରେନ ହେଲଥକୁ ବୁଷ୍ଟ କରିଥାଏ । ଏହି କାରଣରୁ ଆମ ଶରୀରରେ ଭିଟାମିନ B12 ଅଭାବ ହେବା ଯୋଗୁଁ ବହୁ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବହୁବାର ଏହି ଭିଟାମିନ B12 ର ଅଭାବକୁ ଅନ୍ୟାନ୍ୟ ରୋଗ ସହ ସଂଯୋଗ କରାଯାଇଥାଏ । ସେଥିପାଇଁ ଆପଣ ଏହି ରୋଗର ଲକ୍ଷଣକୁ ଜାଣି ଡ଼ାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

ଶରୀରରେ ଭିଟାମିନ B12ର ଅଭାବ ସ୍ନାୟୁଗତ କାର୍ଯ୍ୟକୁ ପ୍ରଭାବିତ କରିପାରେ । କାରଣ ଏହା ନର୍ଭସ ସିଷ୍ଟମ ଏବଂ ବ୍ରେନ ହେଲ୍ଥକୁ ବୁଷ୍ଟ କରିଥାଏ । କେବଳ ଏହି କାରଣରୁ ଶରୀରରେ ମୁଣ୍ଡ ବିନ୍ଧିବା ଲକ୍ଷଣ ଦେଖାଦେଇଥାଏ । ଏହାକୁ ଅବହେଳା କରନ୍ତୁ ନାହିଁ ।

ଶରୀରରେ ଭିଟାମିନ ଡି ର ମାତ୍ରା କମିବା ହେତୁ କୌଣସି ଜିନିଷରେ ଧ୍ୟାନ ଦେବା ଶକ୍ତି କମିଯାଇଥାଏ । କିଛି ରିସର୍ଚ୍ଚର ମାନେ ମତ ଦେଇଛନ୍ତି ଯେ, ଭିଟାମିନ B12 ଅଭାବ ହେତୁ ମେମୋରୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଏହି ଅଭାବ କାରଣରୁ ବ୍ୟକ୍ତି ଜଣକ କନଫ୍ୟୁଜନ ଏବଂ ଭୁଲିବା ରୋଗର ଶିକାର ହୋଇଥାଏ ।

ଭିଟାମିନ B12 ଲାଲ ରକ୍ତ କୋଷିକାର ନିର୍ମାଣ କରିବାରେ ସାହାଯ୍ୟ କରିଥାଏ । ତେବେ ଏହାର ଅଭାବ ଦ୍ୱାରା ବ୍ଲଡ୍ ଡିସଅର୍ଡର ହୋଇଥାଏ । ଯାହାଦ୍ୱାରା ଆମ ଶରୀର ଥକାପଣ ଅନୁଭବ କରିଥାଏ । ଏପରି ହେଉଛି ଯଦି ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଭିଟାମିନ B12 ଅଭାବ ପାଇଁ ପାଟି ଏବଂ ଜିଭ ନାଲି ପଡ଼ିଯାଇଥାଏ ଏବଂ ଏହା ବିନ୍ଧା ହେବାକୁ ଲାଗିଥାଏ । ଏପରି ହେବା ଦ୍ୱାରା ଆପଣ ଏହି ଭିଟାମିନ ଜାତୀୟ ଜିନିଷ ଖାଇ ଏପରି ରୋଗକୁ ଠିକ କରିପାରିବେ ।

ଏହି ଭିଟାମିନ B12 ଅଭାବ ହେତୁ ଶରୀର ପର୍ଯ୍ୟାପ୍ତ ମାତ୍ରାରେ ଲାଲ ରକ୍ତ କୋଶିକାର ନିର୍ମାଣ କରିପାରି ନଥାଏ । ଯେଉଁ କାରଣରୁ ସ୍କିନର କଲର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଶରୀରର ରଙ୍ଗ ହଳଦିଆ ଦେଖାଯାଇଥାଏ ।

ହାତ ଗୋଡ଼ ବିନ୍ଧା ହେବା ଏହି ରୋଗର ଅନ୍ୟ ଏକ ଲକ୍ଷଣ । ଏହି ଭିଟାମିନ ଅଭାବରୁ ହାତ, ଗୋଡ଼ ଏବଂ ପାଦ ପୋଡ଼ା ଜଳା ସହ ବିନ୍ଧା ହୋଇଥାଏ ।

Spread the love