ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ଲୋଗୋ, ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ
ଭିତରକନିକା ଜାତୀୟ ଉଦ୍ୟାନ ଓ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ। ଏଥିପାଇଁ ରାଜନଗର ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ୨ଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି ।
ଭିତରକନିକା ଲୋଗୋରେ ଭିତରକନିକାର ବଉଳା କୁମ୍ଭୀର, ପକ୍ଷୀ, ହରିଣ , ସାପ, ଡଲଫିନ୍ ସ୍ଥାନ ପାଇଛନ୍ତି । ସେହିଭଳି ଗହିରମଥା ଲୋଗୋରେ ବିରଳ ଅଲିଭ୍ ରିଡଲେ୍, ଡଲଫିନ୍, ପାଣି ଗୋଧୀ, ଜେଲିଫିସ୍ , ହୁକିଟୋଲା ଆଦି ରହିଛି। ଏହା ଦ୍ୱାରା ସ୍ଥାନୀୟ ଲୋକ ଅଧିକରୁ ଅଧିକ ସଚେତନ ହେବା ସହ ଭିତରକନିକା ଓ ଗହିରମଥା ସଂପର୍କରେ ଅବଗତ ହୋଇ ପାରିବେ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।