‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ

ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାସହ ଗଙ୍ଗୁବାଇ କାଠିଆୱାଡିରେ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁପମ ଖେର, ରଣବୀର କପୁର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ରେଖାଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Spread the love