କଙ୍ଗନାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁ ନାହାନ୍ତି ବିବେକ୍‌ ଅଗ୍ନିହୋତ୍ରୀ, କହିଲେ କାରଣ…

ନୂଆଦିଲ୍ଳୀ ୦୧।୦୪ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ଯେବେ ଠାରୁ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ  ‘ ଦ କଶ୍ମୀର ଫାଇଲ୍ସ’ ଦେଖିଛନ୍ତି, ସେବେଠାରୁ ସେ ଫିଲ୍ମର ଖୁବ୍‌ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡ଼ିଆରେ କିଛି ନା କିଛି ଫଟୋ ପୋଷ୍ଟ ଓ ଭିଡ଼ିଓ ମାଧ୍ୟମରେ ମଧ୍ୟ କଙ୍ଗନା ରଣାୱତ ବଲିଉଡ୍‌ର ସେହି ଲୋକଙ୍କ ଉପରେ ବର୍ଷିଥିଲେ ଯିଏ ଏହି ଫିଲ୍ମକୁ ନେଇ ଚୁପ୍‌ ହୋଇ ବସିଥିଲେ। ଏହା ବ୍ୟତୀତ କଙ୍ଗନା ରଣାୱତ ଅନୁପମ ଖେରଙ୍କର ମଧ୍ୟ ଖୁବ୍‌ ପ୍ରଶଂସା କରିଥିଲେ।

ଏବେ ସୋସିଆଲ ମିଡ଼ିଆରେ କଙ୍ଗନା ରଣାୱତ ଓ ବିବେକ ଅଗ୍ନିହୋତ୍ରୀଙ୍କ ଟିମ୍‌ଅପ୍‌ କରିବାକୁ ଆଲୋଚନା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ବିବେକ ଅଗ୍ନିହୋତ୍ରୀ ନିଜର ଆଗାମୀ ଫିଲ୍ମ ପାଇଁ କଙ୍ଗନା ରଣାୱତଙ୍କୁ ଫିଲ୍ମରେ ନିଶ୍ଚୟ ସାଇନ୍‌ କରିବେ । ହେଲେ ଏହାକୁ ନେଇ ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ ଏହା ଉପରେ ନିଜର ଜବାବ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି ସେ କଙ୍ଗନା ରଣାୱତଙ୍କୁ ନିଜର ଆଗାମୀ ଫିଲ୍ମ ପାଇଁ ସାଇନ୍‌ କରୁ ନାହାନ୍ତି । ସୋସିଆଲ ମିଡ଼ିଆରେ ଯେତେ ବି ଚର୍ଚ୍ଚା ଚାଲିଛି , ସେ ସବୁ ଗୁଜବ ଓ ମିଥ୍ୟା । ସତ କଥା ହେଲା ମୁଁ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ କେବେ ଭାବି ନାହିଁ। ମୁଁ ଏବେ ନିଜର ଆଗାମୀ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛି , ଏହାର ପ୍ରସ୍ତୁତି ଖୁବ୍ ଜୋରସୋରରେ ଲାଗି ରହିଛି ।

ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି ତାଙ୍କ ଫିଲ୍ମରେ କୌଣସି ଷ୍ଟାରର ଆବଶ୍ୟକ ନାହିଁ , ତାଙ୍କ ଆକ୍ଟର ଆବଶ୍ୟକ। ଯେବେ ୧୨ ବର୍ଷ ପୂର୍ବେ ବିବେକ ଅଗ୍ନିହୋତ୍ରୀ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ସେ ସ୍ଥିର କରିଥିଲେ , ନିଜ ଉପାୟରେ ଫିଲ୍ମ କରିବେ । ସେ କେବେ ବି ଷ୍ଟାର–ଡ୍ରିଭେନ ଫିଲ୍ମ କରିବେ ନାହିଁ । ଏହା ପରିବର୍ତ୍ତେ ତାଙ୍କର ଫିଲ୍ମରେ ଆକ୍ଟର ହିଁ ଷ୍ଟାର୍ ହେବେ ।

Spread the love