ଜନଜାତିଙ୍କ ମନ କିଣିଲେ କାର୍ତ୍ତିକ ପଣ୍ଡିଆନ
8ନବରଙ୍ଗପୁର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର କରିଛନ୍ତି। ନିର୍ବାଚନ ସଭାରେ ଜନଜାତି ଭାଇ ଭଉଣୀ ମାନଙ୍କୁ ସମ୍ଭୋଦିତ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି,ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି।
ଏଥି ସହିତ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଆପଣାନେ ଆଉ ହଇରାଣ ହେବେ ନାହିଁ। କୋର୍ଟ କଚେରୀ ଦୌଡିବାକୁ ପଡିବ ନାହିଁ। ଜୀବିକା ପାଇଁ ଜଙ୍ଗଲ ଉପରେ ଆପଣମାନେ ନିର୍ଭର କରନ୍ତି । ଆପଣ ସଂଗ୍ରହ କରିଥିବା ଜିନିଷକୁ କମ୍ ଦାମରେ ବିକନ୍ତି । କିଛି ଲାଭ ପାଆନ୍ତି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ କରିଛନ୍ତି ଲାଭ ଯୋଜନା। ଏଥିରେ ସରକାର ଆପଣଙ୍କ ଜିନିଷ ଠିକ୍ ଦାମ ଦେଇ କିଣିନେବେ। ଆପଣଙ୍କୁ ଆଉ କେହି ଠକି ପାରିବେ ନାହିଁ।
କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ । ତେଣୁ ଜନଜାତି ପିଲାଙ୍କ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ହଷ୍ଟେଲ କରିଛନ୍ତି । ସାରା ଭାରତରେ ସବୁଠାରୁ ଅଧିକ ହଷ୍ଟେଲ ସେ ଓଡିଶାରେ କରିଛନ୍ତି । ୫-ଟି ସ୍କୁଲ ରୂପାନ୍ତରରେ ୮୫୦୦ ସ୍କୁଲର ରୂପାନ୍ତର କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୪ଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି।