ସ୍କୁଲ ପିଲାଙ୍କ ସହ ମଧ୍ୟାନ ଭୋଜନ ଖାଇଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଦୁଇପଟେ କୁନି କୁନି ଛାତ୍ର ଛାତ୍ରୀ ତା ପାଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ସ୍କେବଳ ସ୍କୁଲ ପିଲାଙ୍କ ପାଖରେ ବସି ନାହାନ୍ତି, ସ୍କୁଲ ପିଲାଙ୍କ ପରି ଷ୍ଟିଲ ଥାଳିରେ ସେମାନଙ୍କ ସହ ବସି ମଧ୍ୟାନ ଭୋଜନ ଭାତ, ଡାଲମା ବି ଖୁସିରେ ଖାଉଛନ୍ତି । ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ମକରଝୋଲା ସ୍କୁଲରେ । ଆଉ ଏହି ଫଟୋ ଶାମ୍ନାକୁ ଆସିବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ୫-ଟି’ ସଚିବ ଭି କେ ପାଣ୍ଡିଆନ୍ ଶୁକ୍ରବାର ସକାଳେ ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ପହଞ୍ଚିଥିଲେ। ଏତଦ୍‌ବ୍ୟତୀତ ଗଞ୍ଜାମଗସ୍ତ ସମୟରେ ପାଣ୍ଡିଆନ୍‌ଙ୍କ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଥିଲା।

ସେ ପରିଦର୍ଶନରେ ବୁଲୁବୁଲୁ ହଠାତ ହିଞ୍ଜିଳି ବ୍ଲକ୍ ମକରଝୋଲ ସ୍କୁଲରେ ଯାଇ ପହଞ୍ଚି ଥିଲେ। ହଠାତ ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌କୁ ସ୍କୁଲରେ ଦେଖି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ପାଣ୍ଡିଆନ୍ ସେଠାରେ ପିଲାଙ୍କୁ ଭେଟି ସେମାନଙ୍କ ପାଠପଢ଼ା ବିଷୟରେ ବୁଝିଥିଲେ। କେବଳ ଏତିକି ନୁହେଁ, ସେ ଖୁବ୍ ଖୁସିରେ ମକରଝୋଲା ସ୍କୁଲ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ବି ଖାଇଥିଲେ।

Spread the love