ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ସ୍ଥିତି ପରଖିଲେ ୫- ଟି ସଚିବ

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ସୁଆଣ୍ଡୋସ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ବାସଭବନରେ ୫- ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ଜିଲ୍ଲାପାଳ ବଳୱନ୍ତ ସିଂହ ରବିବାର ଅପରାହ୍ନରେ ପହଞ୍ଚିଥିଲେ। ଜନ୍ମପୀଠ ଠାରୁ ଶହେ ଫୁଟ ଦୂରରେ ସଂଗ୍ରହାଳୟ ନିର୍ମାଣ କରାଯିବ । ପୁରାତନ ବାସଭବନ ଷଠୀ ଘରର ପୁନରୁଦ୍ଧାର, ପାଠାଗାର, ପାର୍କ ରାସ୍ତା, ବିଜୁଳି ପାନୀୟଜଳ ଗ୍ରାମ ଦେବାଳୟ ଶୌଚାଳୟ ଆଦି ବହୁବିଧ ଉନ୍ନୟନ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ୫-ଟି ସଚିବ କହିଥିଲେ। ବ୍ରିଜ଼ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଜାଗା ସଂପର୍କରେ ପରିବାର ସଦସ୍ୟଙ୍କ ସହିତ ଆଲୋଚନା ବୋଲି ଜିଲ୍ଲାପାଳ କହିଥିଲେ । ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ସଚିବ ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଡିଏମ ପ୍ରଦୀପ କୁମାର ସାହୁ, ଇଡିକୋ ଜେନେରାଲ ମ୍ୟାନେଜର ବିନ୍ଧେଶ୍ୱର ପାତ୍ର, ଇଂ ଶାନ୍ତନୂ କୁମାର ଜେନା ତହସିଲଦାର କସ୍ତୁରୀ ପ୍ରଧାନ ଓ ଅନ୍ୟ ଅଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

Spread the love