ସମୁଦ୍ରକୁ ଓହ୍ଲାଇଲା ଋଷର ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଥିବା ବେଳେ ଉଭୟ ପକ୍ଷରୁ ଅନେକ କ୍ଷତି ହୋଇଛି। ୟୁକ୍ରେନ୍‌ର ୨୦ରୁ ଅଧିକ ସହର ନଷ୍ଟ ହୋଇଯାଇଥିବା ବେଳେ ଋଷର ପାଖାପାଖି ୧୬ ହଜାର ସୈନିକଙ୍କର ମୃତ୍ୟୁ ହୋଇଛି। ଏପଟେ ନାଟୋ ଋଷ ବିରୋଧରେ ଅଣ୍ଟା ଭିଡୁଥିବାରୁ ପରମାଣୁ ଯୁଦ୍ଧର ଧମକ ଦେଇଛି ଋଷ। ଯଦି ନାଟୋ ସେନା ଉତାରିଲା, ତେବେ ପରମାଣୁ ଯୁଦ୍ଧ ଥୟ ବୋଲି ଋଷ ଅନେକ ଥର ଧମକ ଦେଇସାରିଛି।

ଏଥିପାଇଁ ପୂର୍ବରୁ ପରମାଣୁ ଟିମ୍‌କୁ ସତର୍କ ରହିବାକୁ ମଧ୍ୟ କହିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ଆଉ ଏବେ ପରମାଣୁ ବହନକାରୀ ଯୁଦ୍ଧ ଜାହାଜ ସୁମୁଦ୍ରରେ ଭିତରକୁ ପଠାଇଛି ଋଷ। ଫଳରେ ପରମାଣୁ ଯୁଦ୍ଧ ଆଶଙ୍କା ଆହୁରି ଘନେଇଛି।

ଋଷର ଏହି ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଖୁବ୍ ଶକ୍ତିଶାଳୀ। ଏହା ୧୬ଟି ଅତି ଭୟଙ୍କର ପରମାଣୁ ମିସାଇଲ୍ ବହନ କରିପାରିବ। ଋଷ ଏହି ଜାହାଜକୁ ଅଣ୍ଟଲାଟିକ୍ ମହାସାଗରରେ ଛାଡ଼ିଛି। ପୁଟିନଙ୍କର ଏଭଳି ଆଭିମୁଖ୍ୟରେ ସାରା ବିଶ୍ୱ ଏବେ ଚିନ୍ତାରେ ପଡ଼ିଆଇଛି। ଋଷ ନିଜର ଅସ୍ତିତ୍ୱ କାଏମ ରଖିବା ପାଇଁ କିଛି ବି କରିପାରେ ବୋଲି ବିଶ୍ୱ ନେତାମାନେ କହିଛନ୍ତି।

ରିପୋର୍ଟ ଅନୁସାରେ, ମାର୍ଚ୍ଚ ୩ ତାରିଖ ଠାରୁ ଋଷ ନ୍ୟୁକ୍ଲିୟର ବଳକୁ ହାଇ ଆଲର୍ଟରେ ରଖିଛି। ମାର୍ଚ୍ଚ ୨୨ ତାରିଖରେ ନାଟୋକୁ ଧମକ ଦେଇଥିଲା ଋଷ। ଯଦି ନୋଟା ସେନା ପଠାଇଲା ତେବେ ଋଷ ପରମାଣୁ ଆକ୍ରମଣ କରିବାରେ ତିଳେମାତ୍ର ପଛଘୁଞ୍ଚା ଦେବ ନାହିଁ ବୋଲି ଋଷିଆ କହିଥିଲା। ଋଷର ଅସ୍ତିତ୍ୱ ଉପରେ ବିପଦ ସୃଷ୍ଟି ହେଲେ ଆମେ ପରମାଣୁ ଆସ୍ତ୍ରଶସ୍ତ୍ରର ବ୍ୟବହାର କରିବୁ ବୋଲି ଋଷ ପ୍ରବକ୍ତା ଦିମିତ୍ର ପେସ୍କୋଭ କହିଥିଲେ।

ଦି ଟାଇମ୍ସର ରିପୋର୍ଟ ଅନୁସାରେ ଋଷ ଆଜି ଛାଡ଼ିଥିବା  ନ୍ୟୁକ୍ଲିୟର ଜାହାଜ ଗୁଡ଼ିକ କିଛି ସମୟ ସମୁଦ୍ରରେ ରହିବା ପରେ ପୁଣି ଋଷ ଆଡ଼କୁ ଫେରିଆସିଥିଲା। ଏହି ଘଟଣା ପରେ ପଶ୍ଚିମବ ଦେଶଗୁଡ଼ିକର ଗୁଇନ୍ଦା ସଂସ୍ଥାମାନେ ଋଷର ପରମାଣୁ ଭଣ୍ଡାର ଉପରେ ନଜର ରଖିଛନ୍ତି।   

Spread the love