ଚଳଚ୍ଚିତ୍ର ‘ଭୋକ’ର ସଂଗୀତ ଓ ପୋଷ୍ଟର୍‌ ରିଲିଜ୍

ଭୁବନେଶ୍ବର : କୋଭିଡ୍‌ ମହାମାରୀ ସମୟର ଚିତ୍ରକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଭୋକ’ର ସଂଗୀତ ଓ ପୋଷ୍ଟର୍‌ ଭୁବନେଶ୍ବର ପାନ୍ଥନିବାସଠାରେ ଉନ୍ମୋଚିତ ହୋଇଯାଇଛି। ଜ୍ୟୋତି ପ୍ରଡକ୍ସନ୍‌ ନିର୍ମିତ ଏହି ଚଳଚ୍ଚିତ୍ରଟି କରୋନା ମହାମାରୀ ସମୟରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଉପରେ ପର୍ଯ୍ୟବସିତ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଫିଲ୍ମର ପ୍ରଯୋଜକ ରଂଜନ କୁମାର ଦାସ ଯୋଗଦେଇ ଚଳଚ୍ଚିତ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ରଂଜନ କୁମାର ଦାସ ଲେଖିଥିବା ବେଳେ ରାଜୀବ ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି। ବିକାଶ ଦାସ ସଂଗୀତ ରଚନା କରିଥିବା ବେଳେ ତପୁ ମିଶ୍ର (ସ୍ବର୍ଗତ), ଶିବ ରଥ ଶଶାଙ୍କ, ରୁପକ, ଦିପୁ ଦାସ ମହାପାତ୍ର କଣ୍ଠଦାନ କରିଛନ୍ତି। ସେହିପରି କାହାଣୀରେ କୁନା ତ୍ରିପାଠୀ, କାବ୍ୟା, ଅଙ୍କିତ, ପୁଷ୍ପା ପଣ୍ଡା, ଚିରଞ୍ଜୀବୀ, ବାସୁଦେବ ମାଳବିଶୋଇ, ସୁବୋଧ ଆଚାର୍ଯ୍ୟ, ଅବନୀ ମିଶ୍ର, ଦେବାଶିଷ ପାଢ଼ୀ, ଶୁଭକାନ୍ତ ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି।

Spread the love