ଏସବୁ ଜିନିଷ ବାନ୍ତି ସମସ୍ୟାରୁ ମୁକ୍ତି ଦିଏ

ନୂଆଦିଲ୍ଲୀ  : ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ଦୂର ସ୍ଥାନକୁ ଗାଡିରେ ଗଲା ବେଳେ ବାନ୍ତି କରିଥାନ୍ତି।କିିିଛି ଲୋକଙ୍କ ଠାରେ ଦୂୂର ହେଉ ଅବା ପାଖକୁ ହେଉ। ଗାଡିରେ ବସିବା ମାତ୍ରେ ବାନ୍ତି କରି ଦିଅନ୍ତି। ବଡ ଲୋକଙ୍କ କଥା ଛାଡନ୍ତୁ ପିଲାମାନଙ୍କର ମଧ୍ୟ ଏପରି ସମସ୍ୟା ରହିଛି। ପିଲାମାନେ କେଉଁ ଆଡେ ବୁଲିବାକୁ ହେଉ କିମ୍ବା ବାହାରକୁ ଗଲେ ବାନ୍ତି କରିଥାନ୍ତି। ଯାହା ଫଳରେ ମା -ବାପାମାନେ ଚିନ୍ତିତ ହୋଇପଡନ୍ତି। କେବେ କେବେ ପିଲା ବାହାର ଜିନିଷ ଖାଇଲେ ବାନ୍ତି କରିଥାନ୍ତି। ତେବେ  ବାନ୍ତି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ପ୍ରକାରର ଘରୋଇ ଉପାୟକୁ ଆପଣାନ୍ତୁ।

ପୋଦିନା ରସ : ବାନ୍ତି ହେଉଥିଲେ ପୋଦିନା ରସକୁ ଅଳ୍ପ ଉଷୁମ ପାଣିରେ ମିଶାଇ ଦିଅନ୍ତୁ। ଏହାଛଡା ପୋଦିନା ରସରେ ମହୁ ମିଶାଇ ପିଲାକୁ ଖାଇବାକୁ ଦିଅନ୍ତୁ, ବାନ୍ତି ବନ୍ଦ ହୋଇଯିବ।

ଅଦା ଅଦା ଚା’ ପିଇବାକୁ  ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗେ। ଅଦା ଚା’ମଧ୍ୟ ବାନ୍ତି ସମସ୍ୟାକୁ ରୋକିଥାଏ। ଅଦା ପାଉଡରକୁ ଅଳ୍ପ ଉଷୁମ ପାଣିରେ ପକାଇ ପିଲାକୁ ଖାଇବାକୁ ଦିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।

ଗୁଜୁରାତି : ବାନ୍ତି ସମସ୍ୟା ଦୂର କରିବା ପାଇଁ ଗୁଜୁରାତିକୁ ଆପଣ ବ୍ୟବହାର କରିପାରିବେ। ଏଥିପାଇଁ ଗୁଜୁରାତିକୁ ପାଉଡର କରି ମହୁରେ ମିଶାଇ ଖାଇଲେ ତୁରନ୍ତ ଆରାମ ମିଳିଥାଏ। ବାନ୍ତ ମଧ୍ୟ ହୋଇ ନଥାଏ ।

ଚାଉଳ ପାଣି : ଚାଉଳ ପାଣି ସାହାଯ୍ୟରେ ମଧ୍ୟ ବାନ୍ତି ରୋକି ହୋଇପାରିବ। ଦିନକୁ ଥରେ ଦୁଇ ଥର ଚାଉଳ ପାଣି ପିଇଲେ  ବାନ୍ତି ହେବ ନାହିଁ। ହଜମ ମଧ୍ୟ ଠିକ୍‌ ରହିବ।

Spread the love