ଭୋଟ ବାକ୍ସ ସିଲ ବେଳେ ପୋଲିଂ ପାର୍ଟିକୁ ଆକ୍ରମଣ
ଢେଙ୍କାନାଳ, ୧୬।୦୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ଭୋଟ ଗ୍ରହଣ କରାଯାଇଛି । ଏହି ବ୍ଲକର ନିହଲ ପ୍ରସାଦ ପଞ୍ଚାୟତରେ ତୀଵ୍ର ଉତ୍ତ୍ୱେଜନା ଦେଖିବାକୁ ମିଳିଛି । ନିହଲ ପ୍ରସାଦ ପଞ୍ଚାୟତର ୩ଟି ବୁଥରେ ବକ୍ସ ସିଲ କରିବାବେଳେ ଆକ୍ରମଣ ହୋଇଛି । ଏପରିକି ନିହଲ ପ୍ରସାଦ ସରକାରୀ ନୋଡାଲ ଉପ୍ରା ସ୍କୁଲର ବଥ ନଂ ୬ ଓ ୭, ନିହଲ ପ୍ରସାଦ ଦଶରାପଡ଼ିଆ ଉପ୍ରା ସ୍କୁଲର ବୁଥ ନଂ ୧୧କୁ କବ୍ଜା କରିଛନ୍ତି ଆକ୍ରମଣ କାରୀ । ଆକ୍ରମଣକାରୀମାନେ ଏହି ବୁଥର ଭୋଟ ବାକ୍ସକୁ ଛଡାଇ ନେଇ କୂଅରେ ପକାଇ ଦେବା ସହିତ ଗାଡିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି।
ତେବେ ଆକ୍ରମଣରେ ପୂର୍ଣ୍ଣ ଚନ୍ଦ୍ର ରାଉଳ ଆହତ ହୋଇଥିବା ଜଣାପଡିଛି । ପୋଲିସର ପରିଚାଳନାରେ ବ୍ୟାପକ ଅବହେଳା ସୁଯୋଗରେ ଆକ୍ରମଣକାରୀମାନେ ଏପରି କାଣ୍ଡ ଘଟାଇବାର ସୁଯୋଗ ପାଇଥିବା କୁହାଯାଉଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ, ଢେଙ୍କାନାଳ ଏସପି ଲୋଗଣ୍ୟଗି ଦିବ୍ୟା ଭି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।