9ଟା ସୁଦ୍ଧା 6.5% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସକାଳ 9ଟା ସୁଦ୍ଧା ହାରାହାରି 6.5% ଭୋଟ୍‌ ଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଆଜି ସକାଳ 7ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର 5ଟି ଲୋକସଭା ଏବଂ 35ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

ଏଥିରେ 279 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35ଟି ବିଧାନସଭା ଆସନ ପାଇଁ 244 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସମୁଦାୟ 9117ଟି ବୁଥ୍‌ ପ୍ରସ୍ତୁତ କରାଯାଇଛି। ସମୁଦାୟ 76 ଲକ୍ଷ 93ହଜାର 123 ଜଣ ଭୋଟର୍‌ ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି 7 ଲକ୍ଷ 99 ହଜାର 999 ଜଣ ନୂତନ ଭୋଟର୍‌।

Spread the love