ବ୍ରଜରାଜନଗର ଉପନିର୍ବାଚନର ରାତି ପାହିଲେ ଭୋଟ ଗଣତି

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ରାତି ପାହିଲେ ଭୋଟ ଗଣତି ହେବ।ଝାରସୁଗୁଡ଼ା ଇନ୍‌ଞ୍ଜିୟରିଂ ସ୍କୁଲ୍‌ରେ ସକାଳ ୮ଟାରୁ ଭୋଟ ଗଣତି ହେବ। ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଗଣତିରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ଗଣତିର ତଦାରଖ କରିବେ। ତେବେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ଗେଟ୍‌ରେ ପୋଲିସ କର୍ମଚାରୀ ଜଗିବେ। ଏହା ସହ ଷ୍ଟ୍ରାଇକ୍ରିଂ ଫୋର୍ସ ମୁତୟନ ରହିବେ। ରାଜନୈତିକ ଦଳ ପ୍ରତିନିଧିମାନେ ସେମାନେ କାଉଣ୍ଟିଂ ଦେଖି ପାରିବେ।

Spread the love