ଭୋଟଗଣତି ବେଳେ ଇଣ୍ଡୋନେସିଆରେ 270 ମୃତ

10 ଦିନ ପୂର୍ବେ ହୋଇଥିବା ଇଣ୍ଡୋନେସିଆ ନିର୍ବାଚନର ବାଲଟ ପେପର ହାତରେ ଗଣିବା ସମୟରେ 270 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନେ ପ୍ରବଳ କାର୍ଯ୍ୟ ଚାପ ଏବଂ ବିଶ୍ରାମ ନଥାଇ କାମ କରିବାରୁ ପ୍ରାଣ ହରାଇଥିବା କୁହାଯାଉଛି। ଏପ୍ରିଲ 17ରେ ରାଷ୍ଟ୍ରପତି ଏବଂ ସଂସଦ ପାଇଁ ହୋଇଥିବା ନିର୍ବାଚନରେ ମୋଟ 26 କୋଟିରୁ 19.3 କୋଟି ଭୋଟର ମତଦାନ କରିଥିଲେ। ଆଠ ଲକ୍ଷ ବୁଥ୍‌ରେ ପ୍ରତି ଭୋଟରଙ୍କ ପାଇଁ 5ଟି ବାଲଟ ପେପର୍‌ ପ୍ରସ୍ତୁତ କରାଯାଇଥିଲା। ଏହି ବାଲଟ ପେପର୍‌ ଗଣତି ବେଳେ ଶନିବାର ସୁଦ୍ଧା 270 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଭୋଟଗଣତି ପ୍ରକ୍ରିୟାରେ 1878ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ମଧ୍ୟ ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନିୟୋଜିତ କର୍ମଚାରୀଙ୍କୁ ଉଚିତ ସେବା ଯୋଗାଇବା ପାଇଁ ନିର୍ଦେଶ ଜାରି କରିଥିବା ବେଳେ ଅର୍ଥ ମନ୍ତ୍ରୀ ମୃତକଙ୍କ ପାଇଁ ଆର୍ଥିକ ସହାୟତର ବ୍ୟବସ୍ତା କରୁଥିବା ସୂଚନା ଦିଆଯାଇଛି।

Spread the love