ଓଡ଼ିଶା ସମେତ ଦେଶର 91ଟି ଲୋକସଭା ଆସନ ପାଇଁ ମତଦାନ

ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଓଡ଼ିଶା ସମେତ 18ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ରାଜ୍ୟର 91ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି।  ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ 4ଟି ଲୋକସଭା ଆସନ, ଆସାମର 5ଟି, ଅରୁଣାଚଳ ପ୍ରଦେଶର 2ଟି, ବିହାରର 4ଟି, ଉତ୍ତର ପ୍ରଦେଶର8 ଟି, ତେଲେଙ୍ଗାନାର ସମସ୍ତ 17ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର 25ଟି, ମହାରାଷ୍ଟ୍ରର 7 ଟି, ଉତ୍ତରାଖଣ୍ଡରେ 5 ଟି, ଛତିଶଗଡ଼ରେ ଗୋଟିଏ, ଜମ୍ମୁ କଶ୍ମୀରରେ 2ଟି, ମଣିପୁରରେ ଗୋଟିଏ, ମେଘାଳୟରେ 2ଟି, ମିଜୋରାମରେ ଗୋଟିଏ, ନାଗାଲାଣ୍ଡର 2ଟି, ତ୍ରିପୁରାର ଗୋଟିଏ, ପଶ୍ଚିମ ବଙ୍ଗର 2ଟି, ଆଣ୍ଡାମାନର ଗୋଟିଏ ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଚାଲିଛି।

ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଉତ୍ତର ପ୍ରଦେଶର80 ଟି ଲୋକସଭା ଆସନରୁ 8 ଟିରେ ଆଜି ମତଦାନ ଚାଲିଛି। ଏହି 8ଟି ଆସନ ମୁଖ୍ୟତଃ ନିର୍ଦ୍ଧାରଣ କରିଥାଆନ୍ତି ୟୁପିରେ କାହାର ସ୍ଥିତି ମଜବୁତ ରହିଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକର ଅଧିକାଂଶ ଭୋଟର ଦଳିତ ଓ ମୁସଲିମ ବର୍ଗର ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଏଠାରେ ନିଜର ସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରିଥାନ୍ତି।

Spread the love