ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ଉପ-ରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।
ଏହି ଟ୍ଵିଟରେ କୁହାଯାଇଛି ଯେ ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ନିୟମିତ କରୋନା ପରୀକ୍ଷା ହୋଇଥିଲା । ସେଥିରେ ତାଙ୍କ ନମୁନା ପଜିଟିଭ ଆସିଛି । ତେବେ ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ସୁସ୍ଥ ଅଛନ୍ତି । ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ନମୁନା ନେଗେଟିଭ ବାହାରିଛି । ସେ ମଧ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି ।

Spread the love