ଗଣେଶ ପୂଜା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ
ଉଦଳା ୦୧/୦୯: ଗତକାଲି ଗଣେଶ ପୂଜାରେ ହୋଇଥିବା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ। ଏହି ଅସୁସ୍ଥ ୧୨ ଛାତ୍ରୀ ହଷ୍ଟେଲ ଅନ୍ତେବାସିନୀ ହୋଇଥିବା ଜଣାଯାଇଛି। ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଦ୍ୟାଳୟରେ ଗଣେଷ ପୂଜା ହୋଇଥିବା ବେଳେ ଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ। ପରେ ନାଚି ଥିଲେ। ତେବେ ଆଜି ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଓ ବାନ୍ତି ହୋଇଥିଲା। ହଷ୍ଟେଲ ୱାର୍ଡେନ ଛାତ୍ରୀଙ୍କୁ ଚିକିତ୍ସା କରିବା ପାଇଁ ଉଦଳା ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ସେମାନଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇ ପୁଣିଥରେ ୱାର୍ଡେନ ହଷ୍ଟେଲକୁ ନେଇ ଯାଇଥିବା ଦେଖିବାକୁ ମିଳିଛି।