ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଆଜି ମାଗଣାରେ ବୁଲିପାରିବେ ଯାତ୍ରୀ

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ। ଏଥିପାଇଁ ପାଇଁ ଚଳଚଞ୍ଚଳ କୋଣାର୍କ। ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଓ ବେଳାଭୂମିରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ଏଥିସହିତ ଆଜି ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ପବିତ୍ର ମାଘ ସପ୍ତମୀରେ ଆଜି ଗୋଟିଏ ଦିନ ପାଇଁ ଶ୍ରଦ୍ଧାଳୁ ମାନେ ମାଗଣା ଯାତ୍ରା କରିପାରିବେ। ପାରମ୍ପରିକ ରୀତି ମତେ ମାଧିପୁରର ତ୍ରିବେଣୀଶ୍ଵର, ସନ୍ଥପୁରର ଈଶାନେଶ୍ଵର ଏବଂ କୁରଜଙ୍ଗର ଦକ୍ଷିଣେଶ୍ଵର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ପୂର୍ବ ରାତିରେ ବିମାନକୁ ବିଜେ କରାଯିବା ପରେ ଭୋର ୩ଟା ୫୦ ମିନିଟ୍‍ ବେଳକୁ ଠାକୁରମାନଙ୍କୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରାଯାଇଥିଲା।

ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯିବ ବୋଲି ସୂଚନା ମିଳିଛି । ଭିଡକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍‍ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି ବୋଲି ଏସ୍‍ପି କେ.ବିଶାଲ ସିଂହ କହିଛନ୍ତି ।

Spread the love