ଉଷୁମ ପାଣି କେଉଁ ସମୟରେ ପିଇବା ଉଚିତ

ଶୋଇବାର ୧୫ ମିନିଟ୍ ପୂର୍ବରୁ ଉଷୁମ ପାଣି ପିଇବା ଶରୀର ପାଇଁ ଉପକାରୀ ହୋଇଥାଏ।ଏପରି କଲେ ମାନସିକ ଚାପ ଓ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଭଲ ନିଦ ହୋଇଥାଏ।

 

ଶୋଇବା ପୂର୍ବରୁ ଉଷୁମ ପାଣି ୧ ଗିଲାସ ପିଇଲେ ଶରୀରରୁ ସମସ୍ତ ଟକ୍ସିନ୍ ବାହାରିଯିବା ସହ ଚର୍ବି ଜମେନାହିଁ।

 ନିୟମିତ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ରୋଗୀ ମଧ୍ୟ ଏହି ପାନୀୟ ଶୋଇବା ପୂର୍ବରୁ ପିଇଲେ ରକ୍ଷା ପାଇପାରିବେ।

 ଗଳାର ଦରଜ କିମ୍ବା ଥଣ୍ଡା, ସର୍ଦି ହୋଇଥିଲେ, ଉଷୁମ ପାଣି ପିଇଲେ ଶରୀରକୁ ଆରାମ ମିଳେ।

 କୋଷ୍ଠକାଠିନ୍ୟ ରୋଗୀ ଓ ଅର୍ଶ ରୋଗୀ ପ୍ରତ୍ୟହ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ରୋଗର କିଛି ଉପଶମ ମିଳିଥାଏ  ବୋଲି ବିଶେଷଜ୍ଞଙ୍କ ମତ।

 ମେଦବହୁଳ ରୋଗୀ ନିଜ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ।  ଏମିତି କଲେ ୧ମାସ ମଧ୍ୟରେ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ।

 

Spread the love