ତାଙ୍କ ଗାଡ଼ିରେ ଅଟୋ ପିଟି ହୋଇଯିବାରୁ ରାଗିଗଲେ ଦ୍ରାବିଡ଼

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଗାଡ଼ିରେ ଏକ ଅଟୋ ଧକ୍କା ହେବା ପରେ ସେ ରାଗି ଯାଇଛନ୍ତି। ତାଙ୍କ କାର୍‌ରେ ଅଟୋ ଧକ୍କା ହେବା ପରେ ସେ ଅଟୋ ଚାଳକଙ୍କ ସହ ଯୁକ୍ତତର୍କ କରୁଥିବାର ଦେଖିବାକୁ ମିଳିଛି। କ୍ରିକେଟ୍‌ ପଡ଼ିଆରେ ତାଙ୍କୁ ଜଣେ ଶାନ୍ତ ସ୍ବଭାବର ଖେଳାଳି ଭାବେ ସମସ୍ତେ ଜାଣିଥିବା ବେଳେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟସ୍ଥ କନିଂହାମ ରୋଡ୍‌ରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କ ସହ ତାଙ୍କୁ ତୁକ୍ତି କରୁଥିବାର ଦେଖି ସମେସ୍ତ ଚକିତ ହୋଇଛନ୍ତି।

Spread the love