ଖାଲି ପେଟରେ ପ୍ରତିଦିନ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି

ଜଳ ହିଁ ଜୀବନ।ଜଳ ବିନା ବଞ୍ଚିବା ଅସମ୍ଭବ।ସହଜେ ତ ଖରାଦିନ କିନ୍ତୁ ପ୍ରତ୍ୟେକ ଦିନ ଖାଲି ପେଟରେ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଘରର ବୈଜ୍ୟଷ୍ଠମାନେ ମଧ୍ୟ ଖାଲି ପେଟରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଏହା କରିବା ଦ୍ଵାରା ଆପଣଙ୍କ ପେଟ ସଫା ରହିବ । ଏହାସହ ଅନେକ ବଡ ରୋଗ ମଧ୍ୟ ଆପଣଙ୍କଠାରୁ ଦୂରରେ ରହିବ । ତେବେ ଖାଲି ପେଟରେ ପାଣି ପିଇବା ଦ୍ବାରା କ’ଣ କ’ଣ ଫାଇଦା ମିଳିବ ଆସନ୍ତୁ ଜାଣିବା ।

ଖାଲି ପେଟରେ ପାଣି ପିଇବା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିଥାଏ । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଯଦି ଆପଣ ପ୍ରତିଦିନ ଖାଲି ପେଟରେ ପାଣି ପିଅନ୍ତି, ତେବେ ଆପଣଙ୍କ ତ୍ବଚାରୁ ଦାଗ ଦୂରେଇ ଯାଇଥାଏ । ଏହାସହ ତ୍ବଚା ମଳିନ ଦେଖାଯାଇନଥାଏ । ଏଥିପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଖାଲି ପେଟରେ ପାଣି ପିଇବା ଉଚିତ ।

ଖାଲି ପେଟର ପାଣି ପିଇବା‌ ଦ୍ବାରା ଆପଣଙ୍କୁ ମୁଣ୍ଡବିନ୍ଧାରୁ ଆରାମ ମିଳିବ । ବେଳେ ବେଳେ ଆପଣଙ୍କର ଅତ୍ୟଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହାର କାରଣ ଆପଣଙ୍କ ଶରୀରରେ ପାଣିର ଅଭାବ । ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବେ ତେବେ ଆପଣଙ୍କୁ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିପାରିବ ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଭୋକ ମଧ୍ୟ ବଢିଥାଏ । ଏଥିପାଇଁ ପ୍ରତିଦିନ ସକାଳେ ଉଠି ଗୋଟେ ଗ୍ଲାସ୍ ପାଣି ନିଶ୍ଚୟ ପିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଜଳଖିଆ ଖାଇବାରେ କୈାଣସି ସମସ୍ୟା ହେବନାହିଁ । ଆପଣ ପେଟପୁରା ଜଳଖିଆ ଖାଇପାରିବେ । ଏହା ଦିନସାରା ଶରୀରକୁ ଶକ୍ତି ଯୋଗାଇବ ଏବଂ ଆପଣ ଥକ୍କାପଣ ଅନୁଭବ କରିବେ ନାହିଁ ।

ଏହାସହ ଯଦି ଆପଣ ପ୍ରତିଦିନ ଖାଲି ପେଟରେ ପାଣି ପିଇବେ ତେବେ ଆପଣଙ୍କ ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ଯେଉଁମାନଙ୍କର ପେଟରେ ଗ୍ୟାସ୍ ସୃଷ୍ଟି ହେବାର ସମସ୍ୟା ଥାଏ, ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ନିଶ୍ଚୟ ପିଇବା  ଉଚିତ୍ ।

Spread the love