ଓଜନ ହ୍ରାସ କରିବ ଜଳ

ଓଜନ ବୃଦ୍ଧିକୁ ନେଇ ଅଧିକାଂଶ ଲୋକଙ୍କ ପାଇଁ ସମସ୍ୟା ପାଲଟିଗଲାଣି ।ତେଣୁ ଓଜନ ହ୍ରାସ ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି।  କେବଳ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଆଠ କିଲୋମିଟର ଦୌଡିବା ଦ୍ୱାରା ଯେତିକି ଓଜନ କମିଥାଏ, ପାଣି ପିଇ ମଧ୍ୟ ସେତିକି ଓଜନ ହ୍ରାସ କରିପାରିବେ। ସଠିକ ପରିମାଣ ଓ ପ୍ରଣାଳୀରେ ପାଣି ପିଇବା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସେବନ କରିପାରିବେ ନାହିଁ। ଫଳରେ ଓଜନ ବୃଦ୍ଧି ହୋଇନଥାଏ।

ପାଣିରେ କ୍ୟାଲୋରୀର ମାତ୍ରା ନଥାଏ। ଏହା ଶରୀରକୁ ସତେଜ ରଖିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ମେଦ ବୃଦ୍ଧି ହେବାକୁ ଦେଇନଥାଏ।

ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ। ପାଣି ପିଇବା ଦ୍ୱାରା ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଏହାସହ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଓଜନ ବୃଦ୍ଧି ହୋଇନଥାଏ।

ଅନେକ ଲୋକେ ଖାଦ୍ୟ ଖାଇବା ସମୟରେ ବାରମ୍ବାର ପାଣି ପିଇଥାଆନ୍ତି। ମାତ୍ର ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ୩୦ ମିନିଟ ପରେ ପାଣି ପିଅନ୍ତୁ।

ଶରୀରୁ ମେଦ ହ୍ରାସ ପାଇଁ ନିୟମିତ ଉଷୁମ ପାଣି ପିଅନ୍ତୁ। ଏହା ଶରୀରରେ ଜମାଟ ବାନ୍ଧୁଥିବା ମେଦକୁ ହ୍ରାସ କରିବା ସହ ଓଜନ ହ୍ରାସ କରିଥାଏ। ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିଶ୍ଚୟ ପିଅନ୍ତୁ।

ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ, ଅଦା,ପାନମଧୁରୀ ଯେକୌଣସି ଫଳର ଖଣ୍ଡ ପକାଇ ପିଇପାରିବେ।

Spread the love