ପାଣି ପିଇବ ବେଳେ କିଛିଟା ନିୟମ

ସୁସ୍ଥ ଶରୀର ପାଇଁ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ। ଅନେକଗୁଡ଼ିଏ ରୋଗ ଦୂର କରିବା ପାଇଁ ପାଣି ଏକ ଔଷଧ ଭଳି କାମ କରିଥାଏ। ତେବେ ପାଣି ପିଇବା ସମୟରେ କିଛି ନିୟମକୁ ଅନୁସରଣ କରିବା ଉଚିତ। ନଚେତ୍‌ ପାଣି ମଧ୍ୟ ଆମ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଅଧିକ ପାଣି ପିଇବା ଦ୍ବାରା ଶରୀରରେ ଥିବା ଇଲେକ୍‌ଟ୍ରୋଲାଇଟ୍ସ ପତଳା ହୋଇଯାଏ, ଯାହାଦ୍ବାରା ହାଇପୋନେଟ୍ରେମିୟା ନାମକ ସ୍ଥିତି ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ସାଡିୟମ୍‌ର ସ୍ତର କମ୍‌ ହୋଇଯାଏ। ତେଣୁ ଦିନକୁ ୩-୪ ଲିଟର୍‌ରୁ ଅଧିକ ପାଣି ପିଅନ୍ତୁ ନାହିଁ।

ଶୀଘ୍ର ଶୀଘ୍ର ପାଣି ପିଅନ୍ତୁ ନାହିଁ। ଏହାଦ୍ବାରା ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଏହା ଶ୍ବାସକ୍ରିୟା ଉପରେ କୁପ୍ରଭାବ ପକାଇଥାଏ।

ଠିଆ ହୋଇ ପାଣି ପିଇବା ଅନୁଚିତ। ଏହା ଦ୍ବାରା ହଜମଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଖାଦ୍ୟ ଖାଇବା ମଝିରେ ଆଦୌ ପାଣି ପିଅନ୍ତୁ ନାହିଁ। ଖାଦ୍ୟ ଖାଇବାର ୩୦ ମିନିଟ ପୂର୍ବରୁ କିମ୍ବା ୩୦ ମିନିଟ୍‌ ପରେ ପାଣି ପିଅନ୍ତୁ।

ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ସାଦା ପାଣି ପିଅନ୍ତୁ।

Spread the love