ଜଗତସିଂହପୁର-କଟକ ରାସ୍ତାରେ ଚାଲିଛି ପାଣି

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ, ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ସେହିପରି ତରିକୁନ୍ଦ ନିକଟରେ ଆଉ ଏକ ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏହାଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Spread the love