ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା; ରୋଗୀଙ୍କୁ ମିଳୁନି ପିଇବା ପାଣି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇଏସଓ ‌ମାନ୍ୟତା ପାଇବ‌ା ‌ଦୌଡ଼ରେ ରହି ସବୁ ପ୍ରକାର ବ୍ୟବସ୍ଥା ପାଇଁ ଲାଗି ପଡ଼ିଛି। କିନ୍ତୁ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। କିଛି ବର୍ଷ ତଳେ େରାଗୀ, ସେମାନଙ୍କ ସହଯୋଗୀ ଓ କର୍ମଚାରୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ  ୭ଟି  ୱାଟର କୁଲର ଲଗାଯାଇଥିଲା। ଏଥିରୁ ୩ଟି ୱାଟର କୁଲର କିନ୍ତୁ ଅଚଳ ହୋଇ ପଡ଼ିରହିଛି।  ‌ଡାକ୍ତରଖାନାର ୬ ମହଲା ବିଶିଷ୍ଟ କୋଠାରେ ଲାଗିଥିବ‌ା ୩ଟି ୱାଟର କୁଲର ମଧ୍ୟରୁ ଏସ୍‌ଏନ୍‌ସିୟୁର ୱାଟର କୁଲରରେ ଗୁଟୁଖା ଖୋଳ ଓ ପାନ େଛପ ଭର୍ତ୍ତି ହୋଇ ରହିଛି। ଉକ୍ତ ବିଭାଗରେ ଥିବା ଅନ୍ୟ ଏକ ୱାଟର କୁଲରରେ ମାତ୍ରାଧିକ ବ୍ଲିଚିଂ ପାଉଡ଼ର ଗନ୍ଧ ବାହାରୁଥିବାରୁ ବ୍ୟବହାର କରୁନଥିବା‌ ରୋଗୀମାନେ ଅଭିଯୋଗ କରିଛନ୍ତି। ‌

ସେହିଭଳି ୩ ମହଲାବିଶିଷ୍ଟ କୋଠାରେ ୩ଟି ୱାଟର କୁଲର ଲାଗିଥିବା ବେ‌େଳ ସେଥିରୁ ସର୍ଜରି ଓ ମହିଳା ବିଭାଗରେ ଲାଗିଥିବା ୨ଟି ୱାଟର କୁଲର ଗତ ୩ ମାସ ହେଲା ବନ୍ଦ ହୋଇ ପଡ଼ିରହିଛି। ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା କର୍ମଚାରୀମାନେ ସଫେଇ ଦେଉଥିବା କେତେକ ରୋଗୀଙ୍କ ପରିଜନ କହିଛନ୍ତି। ‌ଉକ୍ତ ୱାଟର କୁଲରରେ ପାଣି ଆସୁ ନଥିବାରୁ ‌ପାନ ଛେପ ସହିତ ବିଭିନ୍ନ ପ୍ରକାରର ଆବର୍ଜନା ଓ ଗୁଟ୍‌ଖା ଖୋଳ ପକାଉଥିବା ଦେଖିବାକୁ ମିଳୁଛି। ସେହିଭଳି ଆଶୁଚିକିତ୍ସା ବିଭାଗରେ ଥିବା ୱାଟର କୁଲର ଗତ ୩/୪ ମାସ ହେଲା ଅଚଳ ହୋଇପଡ଼ିଛି। ଆଶୁଚିକିତ୍ସା ବିଭାଗର ମରାମତି କାମ ପରେ ଆଉ ଏହି ୱାଟର କୁଲରକୁ ବିଦ୍ୟୁତ ସଂଯୋଗ କି ପାଣି ସଂଯୋଗ ଦିଆଯାଇ ନାହିଁ। କେବଳ ରୋଗୀ କିମ୍ବା ସେମାନଙ୍କ ପରିଜନ ନୁହଁନ୍ତି, ପାଣି ପାଇଁ ଡାକ୍ତରଖାନାର କର୍ମଚାରୀ ଓ ଡାକ୍ତରମାନେ ମଧ୍ୟ ବିଶୁଦ୍ଧ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା କୁହାଯାଇଛି।

ଏ ସଂକ୍ରାନ୍ତରେ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଡାକ୍ତର କହିଛନ୍ତି, ଅନେକ ଥର ଅଭିଯୋଗ କରାଯିବା ପରେ ବି କିଛି ଲାଭ ହେଲା ନାହିଁ। ଏଣୁ ନିଜ ବ୍ୟବସ୍ଥା ନି‌େଜ କର ନୀତିରେ ଘରୁ ବୋତଲରେ ପାଣି ନେଇ ଆସୁଛୁ। ସେହିଭଳି ଆଉଟ ଡୋର୍‌ର ଜଣେ କର୍ମଚାରୀ କୁହନ୍ତି, ୱାଟର କୁଲର ଅଚଳ ହେବା ପରେ ଆଉଟଡେ‌ାର ପାଖରେ ଥିବା ନଳକୂଅରୁ ପାଣି ବ୍ୟବହାର କରୁଥିଲୁ। କିନ୍ତୁ ଏହି ନଳକୂଅଟି ବି ଏବେ ବେଶ୍ କିଛି ଦିନ ହେଲା ଖରାପ ହୋଇପଡ଼ିଛି। ସେହିଭଳି ଡାଏଲିସିସ୍‌ ୱାର୍ଡକୁ ଆବଶ୍ୟକତା ମୁତାବକ ‌ଜଳ ଯୋଗାଣ ହେଉନଥିବାରୁ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

Spread the love