ଉତ୍କଟ ହେଉଛି ଜଳ ସଂକଟ

ଦେଶରେ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି । ଭୂତଳ ଜଳ ଅସ୍ୱାଭାବିକ ଭାବରେ କମିଯାଉଥିବା ବର୍ତମାନ ଦେଶକୁ ଚିନ୍ତାରେ ପକାଇଛି । ଏହିଭଳି ଚାଲିଲେ ଆଗାମୀ ୨୦ବର୍ଷ ଭିତରେ ଦେଶ ଅତ୍ୟନ୍ତ ବିପଦଜନକ ପରିସ୍ଥିତିରେ ପହଞ୍ଚିବ । ତେଣୁ ଏଭଳି ପରିସ୍ଥିତିରୁ ମୁକୁଳିବାପାଇଁ ଆମ ସମସ୍ତଙ୍କୁ ପଦକ୍ଷପ ଗ୍ରହଣ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ ତାଙ୍କର ମୁଖ୍ୟ ଲକ୍ଷ ଦେଶରୁ ଜଳର ଅଭାବକୁ ଦୂର କରିବା । ଏହି ସଙ୍କଟରୁ ମୁକ୍ତି ପାଇବାପାଇଁ ପ୍ରଥମ ପଦକ୍ଷପ ସ୍ୱରୂପ ଦେଶରେ ମୋଟ ୨୫୫ଟି ଜଳକ୍ଲୀଷ୍ଟ ଜିଲା ଚିହ୍ନଟ କରାଯାଇଛି । ସେହି ଜିଲ୍ଲା ମାନଙ୍କରେ ବର୍ଷାଜଳ ଅମଳ ଓ ଜଳ ସଂରକ୍ଷଣ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହି ଅଭିଯାନର ସିଧାସଳଖ ତଦାରଖ ସମ୍ପୃକ୍ତ ଅଞ୍ଚଳ ଅଧୀନରେ ଥିବା ଆଇଏଏସ ଅଫିସରମାନେ କରିବେ ।

Spread the love