କେଉଁମାନେ ତରଭୂଜ ଖାଇବା ଉଚିତ ନୁହେଁ
ସସସ୍ତ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ବିଶେଷ କରି ଖରାଦିନେ କିଛି ସ୍ୱତନ୍ତ୍ର ଫଳ ଖାଇବା ନିତାନ୍ତ ଆବଶ୍ୟକ। ବିଷେଶ କରି ଖରାଦିନେ ପ୍ରତ୍ୟେକ ଲୋକ ତରଭୂଜ ଖାଇବାକୁ ଭଲ ପାଆନ୍ତି କାରଣ ଏଥିରେ ପ୍ରଚୁର ପରିମାଣରେ ଜଳୀୟଅଂଶ ରହିଥିବା ଯୋଗୁଁ ଶରୀରରେ ଜଳର ଅଭାବକୁ ଦୂର କରିଥାଏ। ତରଭୂଜରେ ଭିଟାମିନ,ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ।ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବା ସହ କିଛି ଲୋକେ ତରଭୂଜ ଖାଇବା ଦ୍ୱାରା ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ କେଉଁମାନେ ତରଭୂଜ ଖାଇବା ଉଚିତ ନୁହେଁ।
ଥଣ୍ଡା ଜ୍ୱର,କାଶ ଆଦି ହୋଇଥିଲେ ତରଭୂଜ ଖାଆନ୍ତୁ ନାହିଁ। ଥଣ୍ଡା ସମୟରେ ତରଭୂଜ ଖାଇବା ଦ୍ୱାରା ଅଧିକ ସମସ୍ୟା ହୋଇଥାଏ।
ତରଭୂଜରେ ପୋଟାସିୟମର ଅଧିକ ମାତ୍ରା ରହିଥାଏ। ହୃଦ ଜନିତ ସମସ୍ୟା ଥିବା ବ୍ୟକ୍ତି ତରଭୂଜ ଖାଇବା ଉଚିତ ନୁହେଁ।
ମଧୁମେହ ରୋଗୀ ଖୁବ କମ ପରିମାଣରେ ଏହାର ସେବନ କରି ପାରିବେ।ତରଭୂଜରେ ଫାଇବର ଭରପୁର ପରିମାଣରେ ରହିଛି।
ଯେଉଁମାନଙ୍କର ପେଟ ଜନିତ ସମ୍ୟା ଲାଗି ରହିଥାଏ ସେମାନେ ମଧ୍ୟ ଖୁବ କମ ପରିମାଣରେ ତରଭୂଜ ସେବନ କରିବା ଉଚିତ।
ଯେଉଁମାନଙ୍କର ହାଡ,ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ସେମାନେ ଅଧିକ ପରିମାଣରେ ତରଭୂଜ ଖାଇଲେ ଏହି ସମସ୍ୟା ଅଧିକ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ ରାତିରେ ତରଭୂଜ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ସୃଷ୍ଟି ହୋଇଥାଏ।