ଲମ୍ବା ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହେଲେଣି ଚାଷୀ, ସିଂଘୁ ସୀମାରେ ଲାଗିଲା ‘ୱାଟରପ୍ରୁଫ୍ ଟେଣ୍ଟ’

 

ଏହା ସହ ବର୍ଷା ପାଣି ଜମି ଅନେକ ରୋଗ ହେବାର ଆଶଙ୍କା ଥିବାରୁ ମୁକାବିଲା ପାଇଁ ଫଗିଂ ମେସିନ୍ ମଧ୍ୟ ସିଂଘୁ ସୀମାରେ ପହଞ୍ଚିଛି। ସରକାର କେବଳ ତାରିଖ ପରେ ତାରିଖ ଦେଉଥିବାରୁ ଏବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି।

indiatoday

କେନ୍ଦ୍ର ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ଆଲୋଚନା ଅମୀମାଂସିତ ରହିବା ଫଳରେ ଅଚଳାବସ୍ଥା ଜାରି ରହିଛି। ତିନୋଟି ନୂଆ ଆଇନକୁ ଉଚ୍ଛେଦ କରିବାକୁ ସରକାରଙ୍କୁ କହି କୃଷକମାନେ ଅଡ଼ି ବସିଥିବା ବେଳେ ସରକାର ସେମାନଙ୍କୁ ଏହି ନୂଆ ଆଇନର ଲାଭ କଥା ଦର୍ଶାଉଛନ୍ତି। ଜାନୁଆରି ୮ ତାରିଖ ଦିନ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଲାଗି ପରବର୍ତ୍ତୀ ବୈଠକ ବସିବ। ତେବେ ସପ୍ତମ ପର୍ଯ୍ୟାୟ ବୈଠକରେ କେନ୍ଦ୍ର ସରକାର ନୂତନ କୃଷି ଆଇନରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ଖାରଜ କରି ପ୍ରତ୍ୟାହାର ଦାବି କରିଥିଲେ କୃଷକ ସଂଗଠନ। ଏହା ସହ ସବୁ ସହିଯିବୁ ପଛେ ନୂତନ କୃଷି ଆଇନକୁ ଲାଗୁ ହେବାକୁ ଦେବୁ ନାହିଁ ବୋଲି କହିଥିଲେ। ଏବେ ତାହାକୁ ଧୀରେ ଧୀରେ ପ୍ରମାଣ କରିବାରେ ଲାଗିଛନ୍ତି ଚାଷୀ।

 

Spread the love