ପଶ୍ଚିମବଙ୍ଗ ଓବିସି ସଂରକ୍ଷଣ : ୧୭୮ ଜାତିରୁ ୧୧୮ ଜାତି ମୁସଲିମ୍

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମୁସଲିମ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ବିଜେପି ବିଗତ କିଛି ବର୍ଷ ହେଲା ଅଭିଯୋଗ କରିଆସୁଛି । କିନ୍ତୁ ଏବେ ପଶ୍ଚିମବଙ୍ଗ ଓବିସି ସଂରକ୍ଷଣ ତାଲିକାକୁ ନେଇ କେତେକ ଅନିୟମିତତା ଜଣାପଡିବା ପରେ ମମତାଙ୍କ ବିରୋଧରେ ବିଜେପିକୁ ମୌକା ମିଳିଯାଇଛି । ରାଜ୍ୟର ଓବିସି ସଂରକ୍ଷଣ ତାଲିକାରେ ମୁସଲମାନ ଜାତିସଂଖ୍ୟା ହିନ୍ଦୁ ଜାତି ତୁଳନାରେ ବହୁତ ଅଧିକ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି । ଜାତୀୟ ପଛୁଆ ବର୍ଗ ଆୟୋଗ (ଏନସିବିସି)ର ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଆହିର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ସମେତ କେତେକ ଅଯୋଗ୍ୟ ମୁସଲମାନ ସମ୍ପ୍ରଦାୟକୁ ଓବିସି ସଂରକ୍ଷଣ ଦେଉଥିବା ଅଭିଯୋଗ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ପ୍ରତି ଏହା ଅନ୍ୟାୟ ବୋଲି କମିଶନ ଅଧ୍ୟକ୍ଷ ବର୍ଣ୍ଣନା କରିଛନ୍ତି। କମିଶନ ଅଧ୍ୟକ୍ଷ କହିଛନ୍ତି ଯେ ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ହଂସରାଜ ଦାବି କରିଛନ୍ତି ଯେ ରାଜ୍ୟରେ ଓବିସି ତାଲିକାରେ ୧୭୮ଟି ସମ୍ପ୍ରଦାୟ ରହିଛି। ସେମାନଙ୍କ ମଧ୍ୟରୁ ୧୧୮ ଟି ମୁସଲମାନ। ଯେତେବେଳେ ହିନ୍ଦୁଙ୍କ ଜନସଂଖ୍ୟା ଅଧିକ, ତେବେ ଏହି ତାଲିକାରେ ଅଧିକ ମୁସଲମାନ ସମ୍ପ୍ରଦାୟ କିପରି ରହିବେ? “ମୁଁ ମୁସଲମାନଙ୍କ ବିରୋଧୀ ନୁହେଁ, କିନ୍ତୁ କେବଳ ଯୋଗ୍ୟ ସମ୍ପ୍ରଦାୟକୁ ସଂରକ୍ଷଣ ମିଳିବା ଉଚିତ। କେଉଁ ଆଧାରରେ ଏହି ସମ୍ପ୍ରଦାୟକୁ ଓବିସି କୋଟା ଦିଆଯାଇଥିଲା ତାହାର କାଗଜପତ୍ର ଉପସ୍ଥାପନ କରିବାକୁ କମିଶନ ଟିଏମସି ସରକାରଙ୍କୁ କହିଥିଲେ କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ ବୋଲି ସେ କହିଛନ୍ତି।

Spread the love