ଆମକୁ ମଧ୍ୟ ଅଖଣ୍ଡ ଭାରତ ଦରକାର… ରୁଷ ମାର୍ଗରେ ଚାଲିବାକୁ ଦେଶରେ ଉଠିଲା ଦାବି

ନୂଆଦିଲ୍ଲୀ ୨୬।୦୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁନିଆକୁ ଭ୍ରୁକ୍ଷେପ ନକରି ପୂରା ଶକ୍ତି ସହ ୟୁକ୍ରେନ ଉପରେ ହମଲା କରିଛି। ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ଅନେକ କଟକଣା ଏବଂ ନିନ୍ଦା ସତ୍ତ୍ଵେ ବି ରୁଷ  ନିଜର ପଦକ୍ଷେପକୁ ନେଇ ଅଟଳ ରହିଛି। ଏବେ ଭାରତରେ ରୁଷ ପରି ପଦକ୍ଷେପ ନେବାକୁ ଦାବି ଉଠିଛି।

ସାମାଜିକ ଗଣମାଧ୍ୟମରେ ଲୋକେ ଭାରତ ସରକାର ରୁଷର ମାର୍ଗରେ ଚାଲିବାକୁ ଦାବି କଲେଣି। ଲୋକଙ୍କ ଦାବି ଏହା ଯେ, ଯେମିତି ରୁଷ ଅଖଣ୍ଡ ସୋଭିଏତ ରୁଷ ହେବାକୁ ଯାଉଛି, ଠିକ୍ ସେହି ପରି ଆମକୁ ଅଖଣ୍ଡ ଭାରତ ଦରକାର। ଲୋକଙ୍କ କହିବା ଅର୍ଥ ଭାରତ ପିଓକେ ଏବଂ ଅକ୍ସାଇ ଚୀନ ଦଖଲ କରାଯାଉ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଆଜି ହେଉଛି ତୃତୀୟ ଦିନ। ସରକାରୀ ତଥ୍ୟ ଅନୁଯାୟୀ, ଶତାଧିକ ସଂଖ୍ୟାରେ ଲୋକେ ଯୁଦ୍ଧରେ ନିଜର ଜୀବନ ହରାଇଲେଣି। ରୁଷ ରାଷ୍ଟ୍ରପତି ପୁଟିନ୍ ପାଶ୍ଚାତ୍ୟ ଦେଶର ପକ୍ଷରୁ ପ୍ରବଳ ଚାପ ସତ୍ତ୍ଵେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଜର୍ମାନୀ, ବ୍ରିଟେନ ଏବଂ ଆମେରିକା  ରୁଷ ଉପରେ ବଡ କଟକଣା ମଧ୍ୟ ଲଗାଇ ସାରିଛନ୍ତି। ଅନେକ ଥର ଧମକ ମଧ୍ୟ ଦେଇ ସାରିଛନ୍ତି। ମାତ୍ର ରୁଷ ନିଜର ପାଦ ପଛକୁ ହଟାଇବାକୁ ପ୍ରସ୍ତୁତ ନୁହେଁ।

ଏବେ ଯେଉଁପରି ପୁଟିନ୍ ୟୁକ୍ରେନକୁ ପୁଣି ଥରେ ହାସଲ କରିବାକୁ ଲାଗି ପଡିଛନ୍ତି, ଠିକ୍ ସେହି ପରି ଭାରତରେ ଅଖଣ୍ଡ ଭାରତର ଦାବି ଉଠିବ ଆରମ୍ଭ ହୋଇ ଗଲାଣି। ସାମାଜିକ ଗଣମାଧ୍ୟମରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ରୁଷ ପରି ଆମକୁ ମଧ୍ୟ  ଅଖଣ୍ଡ ଭାରତ ଦରକାର ବୋଲି ଦାବି କରିଛନ୍ତି। ଅଖଣ୍ଡ ଭାରତର ଅର୍ଥ ଅକ୍ସାଇ ଚୀନ ଏବଂ ପିଓକେ।  ଅକ୍ସାଇ ଚୀନ ଭାରତ ଏବଂ ଚୀନ ମଧ୍ୟରେ ବିବାଦୀୟ ପ୍ରସଙ୍ଗ ଥିବା ବେଳେ ପିଓକେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦୀୟ ସ୍ଥାନ।

Spread the love