କେଉଁ ରଙ୍ଗର ଜୋତା ପିନ୍ଧିବା ଶୁଭ ଓ ଅଶୁଭ

ବାସ୍ତୁ ଶାସ୍ତ୍ର ପ୍ରତ୍ୟେକ ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ବାସ୍ତୁ ସାହାଯ୍ୟରେ ବ୍ୟକ୍ତି ଜୀବନରେ ଥିବା ଅନେକ ସମସ୍ୟାର ସାମାଧାନ ଦୂର କରାଯାଇପାରିବ। ବାସ୍ତୁ ଶାସ୍ତ୍ରରେ ଅନେକ ଛୋଟ ଛୋଟ ନିୟମ ଏବଂ ଟିପ୍ସ ରହିଛି, ଯାହାକୁ ନେଇ ଚର୍ଚ୍ଚା କରାଯାଇଛି। ବ୍ୟକ୍ତି କେଉଁ ରଙ୍ଗର ପୋଷାକ ପିନ୍ଧିବ, ଘରେ କେଉଁଠି କ’ଣ ରଖିବା, କେଉଁ ଜୋତା ପିନ୍ଧିବ ଏମିତି ଅନେକ କିଛି। ତେବେ ବ୍ୟକ୍ତି କେମିତି ରଙ୍ଗର ଜୋତା ପିନ୍ଧିବା ଶୁଭ ଏବଂ ଆଉ କେଉଁ ରଙ୍ଗର ଜୋତା ପିନ୍ଧିବା ଅଶୁଭ, ତାହା ଜାଣିବା ଜରୁରୀ। ଏହାକୁ ନେଇ ମଧ୍ୟଅନେକ ଚର୍ଚ୍ଚା ହେଉଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଜୋତାର ରଙ୍ଗ ଏମିତି କିଛି ହେବା ଜରୁରୀ, ଯାହାକୁ ପିନ୍ଧିବା ଦ୍ୱାରା ବ୍ୟକ୍ତିର ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଆୟ ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଲୋକ ହଳଦିଆ ରଙ୍ଗର ଜୋତା ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା କୁଣ୍ଡଳୀରେ ଗୁରୁ ଦୁର୍ଗଳ ହୋଇଥାନ୍ତି। ହଳଦିଆ ରଙ୍ଗ ଗୁରୁ ବୃହସ୍ପତିଙ୍କ ଅତି ପ୍ରିୟ। ତେବେ ହଳଦିଆ ରଙ୍ଗର ଜୋତା ପିନ୍ଧିବା ଦ୍ୱାରା ଗୁରୁଙ୍କର ଅନାଦର ହୋଇଥାଏ।

କୁଣ୍ଡଳୀରେ ଗୁରୁ ଦୁର୍ବଳ ହେଲେ ଜାତକ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ଦୁର୍ବଳ ହେଲେ ପଇସାର ଅଭାବ ଦେଖାଦିଏ। ଶାରୀରିକ ଏବଂ ମାନସିକ ଦୁର୍ବଳତା ଅନୁଭବ ହୁଏ। ଘରେ ସୁଖ ଓ ଶାନ୍ତି ଦୂର ହୋଇଯାଏ। କାମରେ ଗୁରୁଜନଙ୍କ ସହଯୋଗ ବନ୍ଦ ହୋଇଯାଏ। ତେଣୁ ହଳଦିଆ ରଙ୍ଗର ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ ନୁହେଁ। ଯଦି ଆପଣ ଅଫିସକୁ ଯାଉଥାନ୍ତି, ତେବେ ଆପଣ ବ୍ରାଉନ ରଙ୍ଗର ଜୋତା ପିନ୍ଧି ଅଫିସ ଯାଆନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ରରେ ବ୍ରାଉନ ରଙ୍ଗର ଜୋତା ପିନ୍ଧିବା ଅଶୁଭ ବୋଲି କୁହାଯାଏ। ଅଫିସ ପାଇଁ ଡାର୍କ ବ୍ରାଉନ କିମ୍ବା କଫି କଲରର ଜୋତା ପିନ୍ଧିବା ଶୁଭ ହୋଇଥାଏ। ଅଫିସରେ ମାନ ସମ୍ମାନ ବଢିଥାଏ। ଆୟ ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ରର ହଳଦିଆ ରଙ୍ଗର ଜୋତା ଛାଡି ଅନ୍ୟ ଯେଉଁ ରଙ୍ଗର ଜୋତା ପିନ୍ଧିବା ଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ କଳା, ନୀଳ, ଧଳା, ନାଲି ରଙ୍ଗର ଜୋତା ପିନ୍ଧିବା ଶୁଭ ହୋଇଥାଏ। ଏହି ରଙ୍ଗର ଜୋତା କିମ୍ବା ଚପଲ ପିନ୍ଧିବା ଦ୍ୱାରା ଗ୍ରହ ଦୋଷ କ୍ଷମା ହୋଇଥାଏ।

Spread the love