କ୍ୟାନ୍ସର ଠାରୁ ଓଜନ କମାଇବା ଯାଏ ବହୁତ ଲାଭକାରୀ ଜହ୍ନି

ପ୍ରତ୍ୟେକ ପରିବା ର କିଛି ନା କିଛି ଔଷଧୀୟ ଗୁଣ ରହିଛି । ତେବେ ଏମିତି କିଛି ପରିବା ଅଛି ଯାହା ଶରୀର ପାଇଁ ମହୋଷୌଧି ସଦୃଶ ଅଟେ । ସବୁଜ ପରିବା ଶରୀର ପାଇଁ ସ୍ୱାସ୍ଥ୍ୟକାରକ ମନାଯାଏ । ଏହା ଭିତରେ ଜହ୍ନି ଏକ ଲାଭକାରୀ ପରିବା । ଜହ୍ନିରେ ଥିବା ଭିଟାମିନ ଏ, ବି, କ୍ୟାଲସିୟମ, କପର, ଆଇରନ, ପୋଟାସିୟମ,ଫସଫରସ, ମାଗ୍ନେସିୟମ ଭଳି ମିନେରାଲ ମିଳିଥାଏ । ଜହ୍ନିର ପତ୍ର ଠାରୁ ଚେର ଯାଏ ସବୁ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଜହ୍ନି ଖାଇବା ଦ୍ୱାରା ଶରୀରରେ କ’ଣ ଲାଭ ହୋଇଥାଏ ।

. ଜହ୍ନିରେ ଥିବା ଏଣ୍ଟି-ଇନଫ୍ଲାମେଟୋରୀ ଗୁଣ ଶରୀରକୁ ଦରଜ ଓ ଜ୍ୱଳନରୁ ବଞ୍ଚାଇଥାଏ ।

. ଜହ୍ନିରେ ଏନାଲଜେସିକ ଗୁଣ ବି ଥାଏ । ଗବେଷକଙ୍କ ଅନୁଯାୟୀ ଜହ୍ନି ମଞ୍ଜିରେ ଏମିତି ତତ୍ତ୍ୱ ମିଳିଥାଏ ଯାହା ମୁଣ୍ଡ ବିନ୍ଧାରେ ମଧ୍ୟ ସହାୟକ ହୋଇଥାଏ ।

. ଜହ୍ନି ଗ୍ୟାସ୍‌, ଅଲସର ଆଦି ରୋଗରୁ ରକ୍ଷା କରିବା ପାଇଁ ଲାଭକାରୀ ହୋଇଥାଏ ।

. ଡାଇବେଟିସ ନିୟନ୍ତ୍ରଣ କରିବାରେ ବହୁତ ଲାଭକାରୀ ହୋଇଥାଏ ଜହ୍ନି ।

. ଜହ୍ନି ସହିତ ଏହାର ପତ୍ର ମଧ୍ୟ ୨୫ ପ୍ରକାର ସମସ୍ୟାର ସମାଧାନ କରିଥାଏ।

. ଜହ୍ନି ଖାଇବା ଦ୍ୱାରା ଜଣ୍ଡିସ ରୋଗରୁ ମଧ୍ୟ ଉପଶମ ମିଳିଥାଏ ।

. ଗବେଷକଙ୍କ ମତରେ ଜହ୍ନି ପତ୍ରକୁ ପେଷ୍ଟ କରି ପ୍ରଭାବିତ ସ୍ଥାନରେ ଲଗାଇଲେ କୁଷ୍ଠ ରୋଗକୁ କମ କରିବାରେ ସାହାଯ୍ୟ ମିଳିଥାଏ ।

. ଖାଲି ଏତିକି ନୁହେଁ ଜହ୍ନିର ଜୁସ ଆଜମା ସମସ୍ୟା ପାଇଁ ଲାଭକାରୀ ହୋଇଥାଏ ।

Spread the love