୩୧ରୁ ହାଲୁକା ବର୍ଷା

ଭୁବନେଶ୍ୱର ୨୯।୦୮: ରାଜ୍ୟରେ ଆସନ୍ତା ଦୁଇ ଦିନ ଶୁଖିଲା ପାଗ ରହିବ । କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ୩୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ତେବେ ଆସନ୍ତା ୧୫ ଦିନ ଯାଏ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ୩୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ରବିବାର ହାତଗଣତି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ସମ୍ବଲପୁରରେ ୧୩.୯, ଯାଜପୁରରେ ୧୨, କେନ୍ଦୁଝରରେ ୩.୮ ଓ ଝାରସୁଗୁଡ଼ାରେ ୩.୧ ମିମି ବର୍ଷା ରେକର୍ଡ କରାଯାଇଛ

Spread the love