୧୦ ସୁଦ୍ଧା ଓଡିଶାରୁ ଫେରିବ ମୌସୁମୀ

ଭୁବନେଶ୍ୱର ୨୨।୦୯ : ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଲାଣି । ଏଣୁ ରାଜ୍ୟରେ ଆଉ ବିଶେଷ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଗୁରୁବାର ସୁଦ୍ଧା ରାଜ୍ୟରେ ଲଘୁଚାପର ପ୍ରଭାବ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଗୁରୁବାର ଅର୍ଥାତ ୨୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷା ସମ୍ଭାବନା ନାହିଁ । ୨୩, ୨୪ ଓ ୨୫ ପାଗ ଶୁଖିଲା ରହିବ । ସେହିପରି ବୁଧବାର ଚାନ୍ଦବାଲି ଓ ଭୁବନେଶ୍ୱରରେ ଭାରୀ ବର୍ଷା ହୋଇଛି । ଚାନ୍ଦବାଲିରେ ୩୬.୩ ଓ ଭୁବନେଶ୍ୱରରେ ୨୭ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୦ ସୁଦ୍ଧା ଓଡିଶାରୁ ମୌସୁମୀ ଫେରିବ ବୋଲି ଆକଳନ କରାଯାଉଛି ।

Spread the love