ଓଜନ ହ୍ରାସ କେମିତି କରିବା

ଓଜନ ହ୍ରାସ କରିବାର କଥା ଆମ ସାମ୍ନା କୁ ଆସିଲା ମାତ୍ରକେ ପ୍ରଥମେ ଆମେ ଡାଏଟିଂ କଥା ଚିନ୍ତା କରିଥାଉ । ଏହି ଡାଏଟିଂ କରିବା ଲୋକମାନେ ପ୍ରାୟ ଭୁଲି ଯାଇଥାଆନ୍ତି ଯେ ସକାଳ ଜଳଖିଆ ସବୁବେଳେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ଆପଣ ଦ୍ରୁତ ବେଗରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସକାଳ ଜଳଖିଆ ରେ ଅଣ୍ଡା ନିହାତି ଖାଇବା ଉଚିତ।

ଓଜନ ହ୍ରାସ ପାଇଁ ଅଣ୍ଡା ଖୁବ ଉପଯୋଗୀ। ଅଣ୍ଡା ରେ ପ୍ରୋଟିନ ମାତ୍ରା ଖୁବ ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କ ପେଟ ଦୀର୍ଘ ସମୟ ଧରି ଭରି ରହିଥାଏ । ଗବେଷଣାରୁ ଜଣା ପଡିଛି ଯେ ଅଣ୍ଡା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

ଅଣ୍ଡା ରେ ହାଇ ପ୍ରୋଟିନ,ଭିଟାମିନ ଏ,ଭିଟାମିନ ଡି ଓ ଫୋଲେଟ ଭଳି ପୋଷକତତ୍ୱ ରହିଥାଏ । ଆମେରିକାରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଛି ଯେ ଅଣ୍ଡା ରେ ଫୋଲିକ ରହିଥିବା କାରଣରୁ ଗର୍ଭ ଅବସ୍ଥାରେ ନାରୀ ମାନଙ୍କ ପାଇଁ ଖୁବ ଉପଯୋଗୀ । ଅଣ୍ଡା ର ଧଳା ଓ ହଳଦିଆ ଅଂଶ ରେ ପ୍ରୋଟିନ ଭରି ରହିଥାଏ । ଅଣ୍ଡା ର ହଳଦିଆ ଅଂଶ ରେ ଫ୍ୟାଟ,ଭିଟାମିନ ଓ ମିନେରାଲ ରହିଥାଏ ।

 ବୈଜ୍ଞାନିକ ମାନଙ୍କ ମତରେ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଜଳଖିଆରେ ସିଝା ଅଣ୍ଡା ନିହାତି ଖାଇବା ଆବଶ୍ୟକ । ଏଥିରେ ୪ .୮ ଗ୍ରାମ ଫ୍ୟାଟ ରହିଥିବା ବେଳେ ଅନ୍ୟାନ୍ୟ ପୋଷାକ ତତ୍ୱ ଭରିହୋଇ ରହିଛି ।

-ଟାଇପ 2 ମଧୁମେହ ରୋଗୀଙ୍କ ପାଇଁ ସିଝା ଅଣ୍ଡା ଗୋଟିଏ ଭଲ ଜଳଖିଆ । ସିଝା ଅଣ୍ଡା ଶରୀରର ସମସ୍ତ ପୋଷାକ ତତ୍ଵକୁ ଠିକ ଭାବରେ ରଖିଥାଏ । ଯାହା ଆମକୁ ବିଭିନ୍ନ ଶାରୀରିକ ସମସ୍ୟା ରୁ ଦୁରେଇ ରଖିଥାଏ ।

 ସକାଳ ଜଳଖିଆ ରେ ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ଶକ୍ତି ମିଳିଥାଏ ଓ କାର୍ଯ୍ୟ କରିବାର ଦକ୍ଷତା ହାସଲ କରିଥାଏ ।

ଆମେରିକା ରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଛି ଯେ ବ୍ରେଡ ଖାଉଥିବା ଲୋକଙ୍କ ତୁଳନାରେ ଅଣ୍ଡା ଖାଉଥିବା ବ୍ୟକ୍ତିଙ୍କ ଓଜନ ହ୍ରାସ ହୋଇଥାଏ ।

Spread the love