କୂଅରେ ଖସିଗଲେ ବୃଦ୍ଧା ମାଆ

ନୂଆପଡା : ସକାଳେ କୂଅ କଡରେ ବସିଥିବା ସମୟରେ  ୬୬ ବର୍ଷୀୟା ବୃଦ୍ଧା କୂଅକୁ ଖସିପଡିଥିଲେ। ମାଆ କୂଅରେ ପଡିବା ଦେଖି ପୁଅ ମଧ୍ୟ ୨୦ ଫୁଟ ଗଭୀର କୂଅକୁ ଡେଇଁ ପଡିଥିଲେ। ଦୀର୍ଘ ୩୦ ମିନିଟ କୂଅ ମଧ୍ୟରେ ରହିଥିଲେ ମାଆ ଓ ପୁଅ। ଉଭୟ କୂଅରେ ଫସିରହିଥିବା ବେଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ କର୍ମଚାରୀ କୂଅରୁ  ବୃଦ୍ଧା ମାଆ ଓ ପୁଅକୁ ଉଦ୍ଧାର କଲେ।  ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲା ଅନ୍ତର୍ଗତ କୋମନା ବଙ୍ଗଲାପଡାରେ।ଏହାସହ ଉଭୟ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।

Spread the love