‘ଜୟ ଶ୍ରୀରାମ’ କହିବାରୁ ସମର୍ଥକଙ୍କୁ କରାଯାଇଛି ହତ୍ୟା- ବିଜେପି

ପଶ୍ଚମବଙ୍ଗରେ ହିଂସା ଥମିବାର ନାଁ ନେଉନି । ନିର୍ବାଚନ ସରିବା ପରେ ମଧ୍ୟ  ହିଂସା ଦେଖିବାକୁ ମିଳୁଛି ।  ରବିବାରକୁ ଜଣେ ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେ ଜୟ ଶ୍ରୀରାମ କହିବାରୁ ତାଙ୍କୁ ହତ୍ୟା କରାଯାଇଥିଲା କୁହାଯାଇଛି । ଭାରତୟୀୟ ଜନତା ପାର୍ଟି ସୋମବାରକୁ ଅଭିଯୋଗ କରିଛି ଯେ ହାଓ୍ବଡା ଜିଲ୍ଲାରେ ବିଜେପି ସମର୍ଥକମାନେ ଜୟ ଶ୍ରୀରାମ କହିବାରୁ ତାଙ୍କୁ ହତ୍ୟା କରାଯାଇଛି ।  ପୁଲିସ 43 ବର୍ଷୀୟ ମସତୁଲ ଦଳେଇଙ୍କଙ୍କ ମୃତ୍ୟୁ ହୋଇଥିବା କହିଛି । ତେବେ ମୃତ୍ୟୁର କାରଣ କହିନାହିଁ ।

ସ୍ଥାନୀୟ ସୂତ୍ର ଅନୁସାରେ, ଦଳାଇ ରବିବାର ରାତିରେ ଏକ ସମାରୋହକୁ ଯୋଗଦେବାପାଇଁ ଯାଇଥିଲେ ।  କିନ୍ତୁ ଘରକୁ ଫେରିନଥିଲେ । ତାଙ୍କ ମୃତଦେହ ସୋମବାରକୁ ମିଳିଥିଲା ।  ହାଭ୍ୱଡା ଗ୍ରାମୀଣ ଅଧ୍ୟକ୍ଷ ଅନୁପମ ମଲ୍ଲିକ କହିଛନ୍ତି ଯେ, ପାର୍ଟି ସମର୍ଥକ ଜୟ ଶ୍ରୀରାମ କହିବାରୁ ତାଙ୍କ ତୃଣମୂଳ କଂଗ୍ରେସର ଲୋକମାନେ ହତ୍ୟା କରିଛନ୍ତି ।  ତୃଣମୂଳ କଂଗ୍ରେସ ବିଧାୟକ ସମୀର ପାଢ୍ଜା ଏହି ଅଊିଯୋଗକୁ  ଖଣ୍ଡନ କରି କହିଛନ୍ତି ଯେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

Spread the love