ପଶ୍ଚିମବଙ୍ଗ: ବିଜେପି ଛାଡ଼ି ପାରନ୍ତି ଏହି ବରିଷ୍ଠ ନେତା

କୋଲକାତା ୨୨/୦୫ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିବା ପରେ ବିଜେପିର ଅନେକ ନେତା ଟିଏମସି ଯୋଗ ଦେଇଛନ୍ତି। ବିଜେପି ନେତାମାନେ ଏବେବି ଦଳ ଛାଡ଼ିବା ଜାରି ରଖିଛନ୍ତି। ଏବେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ତଥା ବାରାକପୋର ସାଂସଦ ଅର୍ଜୁନ ସିଂହଙ୍କ ବିଷୟରେ କୁହାଯାଉଛିଯେ ସେ ଟିଏମସି (ତୃଣ ମୂଳ କଂଗ୍ରେସ)ରେ ଯୋଗ ଦେଇପାରନ୍ତି।

ଖବର ସରବରାହ ସଂସ୍ଥା ‘ଏଏନଆଇ’ ଅନୁସାରେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ଦଳର ଏକ ବରିଷ୍ଠ ପଦରେ ଥାଇ ମଧ୍ୟ ତାଙ୍କୁ ଠୀକ ଭାବେ କାମ କରିବା ପାଇଁ ଅନୁମତି ମିଳୁନାହିଁ ବୋଲି କହିଛନ୍ତି। ରାଜ୍ୟରେ ବିଜେପିର ଦଳୀୟ ନେତୃତ୍ୱ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ ତୃଣ ମୂଳ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି ଏକ ବିଶେଷ ସୂତ୍ରରୁ ଖବର ମିଳିଛି ।

କେନ୍ଦ୍ର ସରକାର ଶୁକ୍ରବାର ଝୋଟର ମୂଲ୍ୟ କ୍ୱିଣ୍ଟାଲ ପିଛା ୬ ହଜାର ୫୦୦ ଟଙ୍କା ସୀମିତ କରିବାର ଅଧିସୂଚନାକୁ ଫେରାଇ ନେବାର ଘୋଷଣା କରିବା ପରେ ଅର୍ଜୁନ ସିଂହଙ୍କ ଟିପ୍ପଣୀ ଆସିଛି। ଏହାକୁ ନେଇ ଅର୍ଜୁନ ସିଂହ ଓ ଅନ୍ୟ ଶିଳ୍ପ ହିତାଧିକାରୀମାନେ ଗତ କିଛି ସପ୍ତାହ ହେଲା ଦାବୀ କରି ଆସୁଥିଲେ।

ଅର୍ଜୁନ ସିଂହ କହିଛନ୍ତି  ମୁଁ ନିକଟ ଅତୀତରେ ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ସାକ୍ଷାତ କରିଥିଲି ଓ ତାଙ୍କୁ ଆମର ରାଜ୍ୟ ନେତୃତ୍ୱ ବିଷୟରେ କହିଥିଲି। ଆମ ରାଜ୍ୟରେ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ଉଚିତ ମାନ୍ୟତା ମି

Spread the love