ପୁରୀ ଶ୍ରୀମନ୍ଦିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମମତାଙ୍କୁ ମହାପ୍ରଭ୍ରୁଙ୍କ ଫଟୋଚିତ୍ର ଓ ଖଣ୍ଡୁଆ ଉପହାର ଦେଇଥିଲେ ସେବାୟତ । ତିନି ଦିନିଆ ଓଡିଶା ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପୁରୀରେ ପଶ୍ଚିମବଙ୍ଗ ସରକାର ତିଆରି କରିବେ ସ୍ୱତନ୍ତ୍ର ଗେଷ୍ଟ ହାଉସ । ସେଥିପାଇଁ ଆଜି ପ୍ରସ୍ତାବିତ ଜାଗା ଅନୁଧ୍ୟାନ କରିଥିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ତିଆରି ହେବ ଗେଷ୍ଟ ହାଉସ । ଜାଗା ଅନୁଧ୍ୟାନ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା । କହିଲେ, ରାଜ୍ୟ ସରକାର ଜମି ଯୋଗାଇଛନ୍ତି । ପ୍ରସ୍ତାବିତ ଜାଗା ପସନ୍ଦ ଆସିଛି । ଜମିର ଅନୁଧ୍ୟାନ କରିବ ଆମ ଟିମ୍ । ଏହାପରେ ଖୁବଶୀଘ୍ର କାମ ଆରମ୍ଭ ହେବ । ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି । ଓଡିଶାର ଗଣମାଧ୍ୟମ ବହୁତ ଭଲ ।

Spread the love